STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦୋଳେ ଗୋବିନ୍ଦ(ରାଗ- କୌଶିକ)

ଦୋଳେ ଗୋବିନ୍ଦ(ରାଗ- କୌଶିକ)

1 min
165


ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ ଗୋପାଙ୍ଗନା ଚିତ୍ତ ଚୋର ରେ

ତୋତେ କେ ଧରିବ ଧରିକି ପାରିବ ନଥିଲେ ତୋ ଦୟା କହରେ

ହେ ନନ୍ଦ ସୁତ

ତୁ କାହ୍ନୁ କହ୍ନାଇ କହରେ 

ଗୋପରେ ଗୋପୀର ତୁ ପ୍ରାଣ ରାଧାର ବଂଶୀଧାରୀ ଯୋଗେଶ୍ଵରରେ  ।


କେତେ ନାମ ତୋର ତୋ ଶ୍ରଦ୍ଧା ଡାକର କେଶବ ତୁ ମାର୍ଗଶୀର ରେ 

ନାରାୟଣ ଡାକ ପୋଉଷେ ଡାକନ୍ତି ମାଧବଯେ ମାଘ ମାସରେ 

ଦୋଳ ଗୋବିନ୍ଦ 

ମହିମା ଏ ଫାଲଗୁନରେ 

ତୁ ମଧୁସୂଦନ ବୋଲି ତୋ ଚନ୍ଦନ ଯାତରା ଯେ ବଇଶାଖରେ  ।


ତୋତେ ଯେ ଦେଖିଲା ମୋକ୍ଷ ସେ ପାଇଲା ଆଉ କିବା ପାପ ତାରରେ 

ଦେବୁ ବୋଲି ତୋର ଦରଶନ ଟିକେ ଆସୁ ପରା ତୁହି ଦୋଳରେ 

ଜନ୍ମରୁ ମୁକ୍ତି 

ଦେଖିଦେଲେ ତୋତେ ଥରେରେ 

ଆସିଲେ ଦୋଳରେ ଦୋଳ ଗୋବିନ୍ଦ ତୁ ରାଧାସଙ୍ଗେ ହୋଲି ଖେଳିରେ


ଗାଉଥିଲେ ରାଧା କାହ୍ନାରେ ତୋ ପାଇଁ ଗାଉଥିଲେ ମୀରାବାଇରେ 

ରାଧା ରହିଗଲେ ବୃନ୍ଦାବନେ ତୋର ମୀରା ନାଚେ ଗାଇ ଗାଇ ରେ

ହରେ କୃଷ୍ଣ ହରେ 

କୃଷ୍ଣ ନାମ ନେଇ ନେଇରେ 

ଭଜୁଥାରେ ମନ ହେ କୃଷ୍ଣ ଗୋବିନ୍ଦ କୃଷ୍ଣ ଭାବ ମନେ ବହିରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍