STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦୋ'ଛକି

ଦୋ'ଛକି

1 min
192


ଚାଲିଚାଲି ଯାଉଥିଲି ଅଜଣା ରାସ୍ତାରେ

ଯେଉଁଟି ପୂରାଭୟ ଥିଲା 

ଶ୍ବାନ,ଶିବା ଓ ଶକୁନର।

ଗୋଟେ ନିର୍ଜନ ରାସ୍ତାରେ ପାଦ ଥାପୁଥାପୁ

ହୃଦୟ କୋଣରେ ସୃଷ୍ଠି ହେଲା

ଅନନ୍ତ ଭାବନା

ବଞ୍ଚି ଥାଉଥାଉ ଗୋଟେ ମୃତ୍ଯୁର ଶିହରଣ।

ହଠାତ୍ ଦୋ'ଛକିର ରାସ୍ତାରେ ଠିଆ ହୋଇ ଦେଖିଲି

ଲମ୍ବି ଯାଇଥିବା ଦିଗନ୍ତ ପଦାକୁ

ଏହା ମରୁଭୂମି ନା କିମାଆଁର ଜାଲ?

ଏ ଅଜ୍ଞତାର ପାଦ ଚିହ୍ନରୁ 

କିଏ ଜଣେ ପଛରୁ ଡାକିଲା 

ମୋର ନାମକୁ ଧରି

ପଛକୁ ଦେଖିଲି ଦୋ'ଛକିର ମଝିରେ ସେ ଠିଆ

ସେ କରିକିରି ହସୁଥିଲା

ଭାରି ଲୋଭନୀୟ ତା ଚେହେରା

ସ୍ବର୍ଗର ଉର୍ବଶୀ କି ମେନକା ବି ବାଦ ପଡି଼ଯିବେ?

ମୁଁ ପାକୁପାକୁ ହେଲି ଆଉ ଦୌଡି଼ଲି ତା ନିକଟକୁ

ସେ କିନ୍ତୁ ପଛଘୂଞ୍ଚା ଦେଇ ଦୌଡି଼ଲା

ଯେଉଁଠି ଦୂର ଦିଗବଳୟ ନାଚୁଥିଲା ରଙ୍ଗେଇ ହୋଇ

ସାଇଁସାଇଁ ପବନ ଦୋଳି ଖେଳୁଥିଲା ଗଛର ପତ୍ରକୁ ଧରି

ମୁଁ ଟାଣି ହୋଇଗଲି ଯେମିତି ବନଶୀ କଣ୍ଟାରେ ମାଛ

ସେ ଟାଣିନେଲା ତା ମୁଣିକୁ

ଯେଉଁଠି ମୋ ପରି କେତେ

ନଚାଇ ନଚାଇ ମାରି ସାରିଥିଲା।

ମୁଁ କଲବଲ ତା କିମିଆଁ ଜାଲରେ

ତାର ରଙ୍ଗ ଆଉ ଢଙ୍ଗ ନ ବୁଝି

ଯେବେ ରୂପର ମୋହରେ

ହଠାତ୍ ଆକାଶକୁ ଛୁଇଁଗଲା

ଆଉ ଗୋଡ଼ରେ ଦଳି ପକେଇ ଚାଲିଗଲା।

ମୁଁ ମୃତ୍ଯୁର କୋଳରେ ଶୋଇବା ନିଶ୍ଚିନ୍ତ ମଣିଲି

ସେ ଦୋ'ଛକିର ସ୍ଥାନ ତାର ଘର

ଯିଏ ଏ ଦୋ'ଛକିରେ ପାଦ ଦେଇଛି

ଅବଶ୍ଯ ମୃତ୍ଯୁ କୋଳରେ ଶୋଇଛି

ଜଣଙ୍କଠାରୁ ଧର୍ଷିତା ହୋଇ ଶହେ ମାରିବାକୁ ସଙ୍କଳ୍ପ ନେଇଛି।

ମୁଁ ଅନୁଭବ କଲି କି

ମୋର ଏ କର୍ମର ଫଳ

ଦିନେ ଝୁଣିଥିଲି ସିଂହ ପରି ଗୋଟେ ମୃଗୁଣୀକୁ 

ଆଜି ସେହି ମୃଗୁଣୀ ହିଁ ଏ ଅଶରିରୀ।

ସେ ନେଇଗଲା ମୋ ଜୀବନ

ଯେଷାକୁ ତେଷା ମଣି ପ୍ରତିଶୋଧ ନେଲା

କିଛି କହିବା ପୂର୍ବରୁ ଆର ପାରିକୁ ଚାଲିଲି

ଆଜି ସୁଖ ନୁହେଁ,ଦୁଃଖେ ସଢୁଅଛି।

ହେ ଭାଇମାନେ !

ଖୁବ ହୁସିଆର ଯଦି ମୋ ପରି 

ନୀଚ୍ଚ କାର୍ମ ହାତକୁ ନେଇଛନ୍ତି !

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍