ଦ୍ଵନ୍ଦ୍ବ
ଦ୍ଵନ୍ଦ୍ବ
1 min
105
ମୋ କବିତ୍ବ ପଛେ
ବନ୍ଦୀ ହେଇଯାଉ
ମୋ ଭିତରେ
ତୁ ପ୍ରସ୍ଫୁଟିତ ହୋ
ଏଇ ଦୁନିଆରେ ।
ମୁଁ ପଛେ ବୁଡିଯାଏ
ଘନ ତିମିରରେ
ତୁ ଆଶାବାଡି ହୋଇ
ଠିଆ ହୋ
ବିପୁଳ ଆଲୋକରେ ।
ମାଆଟିଏ ତ
ଠିକ୍ ମାଟି ଭଳି
ଅନାଦି କାଳରୁ
ଜଳାଞ୍ଜଳି ଦେଇଆସିଛି ନିଜକୁ
ତା ସନ୍ତାନର
ଭବିଷ୍ୟତ ପାଇଁ ।
ଏଇଟା କୋଉ ନୂଆକଥା
ଏ ସଂସାରରେ
ହେଲେ ତୁ ବି ବୁଝିଯା
ମୋ ଜୀବନ
କ'ଣ ମୋ ପାଇଁ ।
ଏତେଟିକେବି
ଦରକାର ନୁହେଁ
ସେଇ ଏତେ ଟିକେକୁ
ନେଇ ତ ମୁଁ
ଚାଲିବାକୁ ଚାହେଁ
ଯେତିକି ବାଟ ଯାଇହେବ
ବାସ୍ ଆଉ କିଛି ନୁହେଁ ।।
