STORYMIRROR

Sunita Barik

Others

4  

Sunita Barik

Others

ଦ୍ଵନ୍ଦ

ଦ୍ଵନ୍ଦ

1 min
295

କାହିଁକି କେଜାଣି ମୋର ଏ ଛୋଟମସ୍ତିଷ୍କରେ 

ସେ ଜଟିଳ ଶବ୍ଦ ଗୁଡା ଜମା ଢୁକେନି

କବିତା ଲେଖିଲା ବେଳେ ମନ ହୁଏ

ସବୁ ଶବ୍ଦ ମାନଙ୍କୁ ଠୁଳ କରି

ଏକ ନିବୁଜ କୋଠରୀରେ ବନ୍ଦ କରି ଦେବାକୁ ।

ହେଲେ ଅବଶୋଷ,

ଏ ଶବ୍ଦ ମାନେ ବି କମ୍ ଚାଲାକ୍ ନୁହଁନ୍ତି

ଅନାୟାସରେ ଆସନ୍ତିନି କିନ୍ତୁ

ଖୁବ୍ ସହଜରେ ପ୍ରସ୍ଥାନ କରିବାର କଳା ।

ବୋଧହୁଏ ଆଉ କେହି ଵାଗରେ ଜାଣିଥିବେ କି ନାହିଁ

ଏତେ କସରତ ମନ ଓ ମସ୍ତିଷ୍କ ଭିତରେ

ସେମାନଙ୍କ ପାଇଁ ଅଥଚ ନିମିଷକ ରେ ଆସି

ଲେଉଟି ଯିବା ରେ ପୂରା ମାହିର୍

ମୁଁ ବୁଝିପାରେନି ଏ ଲୁଚକାଳି ଖେଳ

କାହା କାହା ଭିତରେ ହୁଏ ।

ଗୁଡ଼ାଏ ଶବ୍ଦ ଓ କବିତା ଭିତରେ 

ନା କବି , କବିତା ଓ ଶବ୍ଦ ମାନଙ୍କ ଭିତରେ

ଓଃ! ମୁଣ୍ଡ ଖରାପ ହୋଇଯିବ ଏମାନଙ୍କ ମଧ୍ୟରେ

ଶାନ୍ତ ସରଳ କୋମଳ ମଧୁର ସୁନ୍ଦର

ଭାବରେ ଆସି ବସିଗଲେ କ'ଣ ହୁଅନ୍ତାନି !!

ନାଁ ସେମିତି ହୋଇ ପାରିବନି

ଏମିତି ହେଲେ ସେମାନଙ୍କର ଯୋଉ

ଗାରିମା ଅଛି ଲେଖକ ଅବା କବି ବା ଅନ୍ୟକେହି

ସେମାନଙ୍କ ଆଗରେ ତଳେ ପଡିଯିଵନି! 

ଠିକ୍ ଅଛି। 

ଖେଳ ତ ଏବେ ଆରମ୍ଭ ମାତ୍ର

ମୁଁ ବି ନଛୋଡବନ୍ଧା,

ମୋ କବିତାରେ ଲୋଡା ଥିବା ସବୁ ଶବ୍ଦମାନଙ୍କୁ 

ଵଶ ନ କଲା ଯାଏଁ ଇଞ୍ଚେ ଘୁଞ୍ଚିଵିନି

ନାଁ କ'ଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍