STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦିନରାତି

ଦିନରାତି

1 min
182



ଶୀତରେ ଥରୁଛି ରାତି

ନ ପାଇଁ କାମନାର ନିଆଁ

ନ ପାଇ ହୃଦୟରେ ମୁଠାଏ ଉଷୁମ 

ପତ୍ନୀ କି ପ୍ରିୟାର ସାହ୍ନିଧ୍ଯରେ ବି ନୁହେଁ ।


ଦେଖ !

ପୁଙ୍ଗୁଳା ଦେହରେ ଝରି ପଡୁନାହିଁ

ଆକାଶର ନାଲି ନେଳି ତାରା କି

ଝରି ପଡୁନାହିଁ ବିନ୍ଦୁବିନ୍ଦୁ ବିହରୀର ଫୁଲ

ଇନ୍ଦ୍ରଧନୁ ବି ନେସି ହେଉ ନାହିଁ 

ରାତ୍ରିର ଶେଯରେ

ଯିଏ କଳକଳ ଛଳଛଳ ହୋଇ

ବୋହି ଯାଇଥାନ୍ତା ନଈ ପରି 

ଚହଲି ଯାଇଥାନ୍ତା ସମୁଦ୍ରର ତରଙ୍ଗ ପରି।


ଶୀତ ରାତିରେ ବି କାହିକି

ହାଇ ଆସୁ ନାହିଁ

ପାଖରେ ପାଇଲେ କି କୋଳେ ବସାଇଲେ 

ସର୍ବଦା ନିଶ୍ଚଳ ଓ ନିସ୍ତେଜ

ଯେମିତି ଗୋଡି଼ କି ପଥର

ସବୁ ତ ଝଳି ପଡି଼ଲାଣି ଶୀତର ରାତ୍ରିରେ

ଆମର ବଳ ଅଛି ନା

ବୟସ ।


ଶୀତ ଏବେ ପୋଛି ସାରିଲାଣି

ଗୋଟେ କାଳୀର ରୂପରେ ଓ ଦୁର୍ଗାଙ୍କ ବଳରେ।


ହେ ଶୀତ !

ତୁମେ ଉଦ୍ଭିଦ ଓ ପ୍ରାଣୀଙ୍କର ମିତ ନା ଶତ୍ରୃ

ଚାଟିଚାଲ ଯେଣୁ ସୁଖ ଓ ସନ୍ତୋଷ

କୋଟିକୋଟି ଏ ମର୍ତ୍ତ୍ଯରେ ବଞ୍ଚିଥିବା ହୃଦୟ ଗାତ୍ରରୁ।


ସତରେ !

ତୁମେ ଏ ସଂସାରର ଜଣେ ମସ୍ତବଡ଼ ଅବିବେକୀ 

ନ ହେଲେ ଶୀତରେ ଥରାଉଛ କାହିଁକି?

କାହାକୁ ବି ଛାଡୁ ନାହଁ ନିଜର ବୋଲିକି

ପଶି ଯାଉଛ ଗଳି,କନ୍ଧି,ସହର ଓ ନଗର

ବୁଣି ଚାଲିଛ ମହଣ ମହଣ ଶୀତ।


ଟିକିଏ ବି ନାହିଁ ମତଭେଦ

ଯେଉଁଥିରେ କଲବଲ ଏ ସଂସାରେ

ଆମେ ଯେତେ ଅଛୁ ପ୍ରାଣୀ ଓ ଉଦ୍ଭିଦ।

            


Rate this content
Log in