STORYMIRROR

Snigdha Nayak

Others

3  

Snigdha Nayak

Others

ଦିନରାତି

ଦିନରାତି

1 min
55


ଆକାଶେ ଅନେକ ତାରା ଟିମ୍ ଟିମ୍

ତହିଁରେ ସୁନ୍ଦର ଜହ୍ନ ଟିଏ ରିମ୍ ଝିମ୍


ଗଲେ କାହିଁ ସୁରୁଜ ଭାଇ

ରାତି ହେଲା, ତାଙ୍କର ଦେଖା ନାହିଁ


କଳା ମିଚି ମିଚି ଅନ୍ଧାର ରାତି

ନାହିଁ ପୁଣି ତହୁଁ, ସୂରୁଜଙ୍କ ତାତି


ଯେବେ ରାତି ପାହିଲା

କି ପରିବର୍ତ୍ତନ ଆକାଶେ ଘଟିଲା ?


ସୂରୁଜ ଦେହଝାଡ଼ି ପାହାନ୍ତିଆ ଆକାଶେ ବିରାଜିଲା

ଆଉ ଜହ୍ନ ନେଇ ତାରାଗଣ ସାଥିରେ ଉଭାଇଲା ?


ବୁଝିବା ଆସ,

ସୂରୁଜ ଆସିଲେ ଦିନ

ଆଉ ରାତି ପାହିଲେ,କାଇଁ ଜହ୍ନର ବାସ


ଦିନରାତିର କାରଣ, ପୃଥିବୀର ଆବର୍ତ୍ତନ

ନ ହୁଏ କେବେ,ସୁରୁଜ ର ପରିବର୍ତ୍ତନ


ସୁରୁଜ ଚାରିପଟେ କରି ପୃଥିବୀ ପରିକ୍ରମଣ

ତା' ପୃଷ୍ଠରେ ୠତୁମାନଙ୍କୁ କରେ ଆମନ୍ତ୍ରଣ


ପ୍ରଚୁର କିରଣ ନେଇ ସୂରୁଜ ଯେବେ ଆସେ

ଥାଇ ବି ଜହ୍ନ ନ ଦିଶଇ ଦିବା ଆକାଶେ


ସୂରୁଜ ତ ସକାଳ ଶକ୍ତିର ଆଧାର

ପରିବର୍ତ୍ତନ ତ ହୁଏ ପୃଥିବୀ ଆଉ ଜହ୍ନର



Rate this content
Log in