STORYMIRROR

Dharitri Das

Others Children

3  

Dharitri Das

Others Children

ଦିନାନ୍ତ

ଦିନାନ୍ତ

1 min
171

ଦୂର ଆକାଶରେ ବଗ ପକ୍ଷୀମାନେ

ଯାଉଛନ୍ତି ଉଡ଼ି ଦଳ ଦଳ ହୋଇ

ସତେକି ବାଦଲକୁ ଛୁଇଁବା ପାଇଁ।


ଦୂର ଦିଗବଳୟେ ଆକାଶ ପୃଥିବୀ

ସତେକି ଏକାଠି ମିଶିଣ ଯାଉଛି

କୋଟି ଜନମନ କିଣିତ ନେଉଛି।


ଅସ୍ତଗାମୀ ସୂର୍ଯ୍ୟ ଲୁଚିଣ ଯାଉଛି

ପାହାଡ ଉହାଡ଼େ ରକ୍ତବର୍ଣ୍ଣ ଦେଖ

ମନ ମୋହିନିଏ ଦିଏ କେତେ ସୁଖ।


ଗୋରୁ ଘରମୁହାଁ ଗୋଧୂଳି ସମୟେ 

ବଛାଗଣ କରିଥାନ୍ତି ହମ୍ବା ରଡ଼ି

ପିଲାଏ ଫେରିଥାନ୍ତି ଖେଳି କବାଡି।


ସନ୍ଧ୍ୟା ଆଗମନ ଦେଖିଣ ପକ୍ଷୀଏ

ନୀଡ଼କୁ ଫେରନ୍ତି ହୋଇ ତରବର

ଶାବକ ମୁଖରେ ଦେବାକୁ ଅଧାର।


ଅମା ଅନ୍ଧକାରେ ବିଜୁଳି ବତି ଏ

ଜ୍ୟୋତି ପରକାଶି ଅନ୍ଧାର ଦୁରାନ୍ତି

ଗଗନେ ତାରକା ସୁନ୍ଦର ଦିଶନ୍ତି।


ନିଦ୍ରାରେ ଜନତା ହୁଅନ୍ତି ନିମଗ୍ନ

ଧୀରେ ଧୀରେ ନିଶବ୍ଦ ହୁଅଇ ମହୀ

ଶିବା ପେଚକ ରାଵନ୍ତି ରହି ରହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍