STORYMIRROR

DR SAMIR KUMAR NANDA

Others

3  

DR SAMIR KUMAR NANDA

Others

ଦୀପାବଳୀ

ଦୀପାବଳୀ

1 min
379

ଆମରି ଦେଶର ସ୍ୱାର୍ଥକୁ ମାରି 

କରିବାନି ବିଶ୍ୱାସକୁ ହତ୍ୟାରେ 

ଏଥର ମାଟି ଦୀପ  ଲଗାଇ 

ପାଳିବା ପରା ଦୀପାବଳୀରେ  ।


ଦେଶର ସମ୍ପତ୍ତି ଦେଶରେ ରଖିବା 

ବୁହାଇ ଦେବନି ନାଳ ପାଣିରେ 

ଏଥର ମାଟି ଦୀପ  ଲଗାଇ 

ପାଳିବା ପରା ଦୀପାବଳୀରେ ।


ଦୀପକୁ ମାଟିରେ ତିଆରି କରି 

କୁମ୍ଭାର ବିକଇ  ଆମ ହାଟରେ 

ବିଜ୍ଞାନ କାରଣ ପରା ଭରି ଅଛି 

ଆମରି ବାର ମାସ ତେର ପର୍ବରେ ।


ବିଦେଶୀ ରଙ୍ଗୀନ ଆଲୁଅ ମାଳାରେ 

କୀଟ ପତଙ୍ଗ ଚାଲି ଆସେରେ 

ମାଟି ଦୀପର ଜ୍ୱଳନ୍ତ ନିଆଁରେ 

ମୌସୁମୀ କୀଟ ଦିଏ ଝାସରେ ।


କାର୍ତ୍ତିକର ଅମାବାସ୍ୟା ପରି 

ନହେଉ କା ରାତି ଅନ୍ଧକାର 

ସୁଖ ଶାନ୍ତି ସମୃଦ୍ଧିରେ ରଙ୍ଗୀନ 

ଜୀବନ ହୋଇଯାଉ କୁମ୍ଭାରର ।


ଆମ ଦେଶର ଆମରି ଧନକୁ 

ଦେବନି ଟେକି ବିଦେଶୀ ହାତରେ 

ଆମରି ଧନରେ ତିଆରି ଗୁଳି 

ଦିନେ ଫୁଟିବ ପରା ଆମ ଛାତିରେ 


ଦେଶର ସୀମାକୁ କରି ସୁରକ୍ଷିତ 

ଲଗାଇ ଦେବା ଜୀବନ ବାଜିରେ 

ଏଥର ମାଟି ଦୀପ  ଲଗାଇ 

ପାଳିବା ପରା ଦୀପାବଳୀରେ ।


ସୁପ୍ରିମ କୋର୍ଟଙ୍କ ଆଦେଶ ନିର୍ଦେଶ 

ମଥା ପାତି ଆଜି ମାନି ନେବାରେ 

ବାଣ ଫୋଟକାକୁ ଆଡେଇ ଦେଇ 

ପରିବେଶକୁ ବଞ୍ଚାଇ ଦେବାରେ ।


ପୂରୁବ ପୁରୁଷ ପୂରୁବ ମହିମା 

ଦୀପ ଲଗାଇ କରିବା ବନ୍ଦନାରେ 

ଏଥର ମାଟି ଦୀପ  ଲଗାଇ 

ପାଳିବା ପରା ଦୀପାବଳୀରେ ।


Rate this content
Log in