STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

1 min
133


କିଏ ଚାଲୁ ନାହିଁ କୁହ?

ଏ ଦିଗନ୍ତର ଯାତ୍ରା ପଥେ 

ଜନ୍ମରୁ ମୃତ୍ଯୁ

ଆଦ୍ଯରୁ ଏଯାଏଁ

ସବୁ ତ ଦିଗନ୍ତର ଯାତ୍ରା ପଥର ପଥିକ।

ଦେଖ !

ଦିନେ ଜନ୍ମ ହୋଇଥିଲି ଏନ୍ତୁଡି଼ ଶାଳରେ

ଆଜି ଶିଶୁ,କିଶୋର ଓ ଯୁବକ ହେଲିଣି

ଚାଲିବାର ଗତି ମନ୍ଥର ନୁହେଁ

ଜୋରରେ ଦୌଡି଼ବା ହେଉଛି

ଯେମିତି ସୂର୍ଯ୍ଯ ଦୌଡୁଛି ଆକାଶରେ

ପବନର ବି ସାଇଁସାଇଁ ମର୍ତ୍ତ୍ଯର ମଣ୍ଡଳେ

ଅଥବା କୁଳୁକୁଳୁ ତଟିନୀର ଯାତ୍ରା

ସମୁଦ୍ର ସହ ସମ୍ମିଳିତ ପାଇଁ

ମୋର ବି ଦୌଡି଼ବା ସେପରି।

ଆସନ୍ତା କାଲି କାମନା ଓ ବାସନାରେ ମଜ୍ଜିବି

ଗୋଟେ ସୁନ୍ଦରୀ କୋଳରେ

ଗୋଟେ ଡର୍ଜନର ବି ସନ୍ତାନର ଜନକ ହେବି

ମୁଁ ଯେମିତି ଦୌଡୁଛି 

ଆଣିଥିବା ଯାତ୍ରୀଙ୍କୁ ବି ଦୌଡା଼ଇ ମାରିବି

ଗୋଟେ ଦୀର୍ଘ ଭବିଷ୍ଯତ ଗଠନ ସକାଶେ।

ମୁଁ,ସ୍ବାମୀ ପୁଣି ବାପାରୁ ଜେଜେ  

ବୟସର ସାୟାଂହ୍ନରେ ନଇଁ ପଡି଼ବି ଦିନେ

ଓ ଠୁକୁଠୁକୁ ଚାଲିବି

ଶେଷରେ ମୋତେ ବିଛଣାରେ ଲାଖିବାକୁ ହେବ

ପୁଅ,ବୋହୂ ଜ୍ଞାତି ଓ କୁଟୁମ୍ବ

ଓହ୍ଲାଇ ଦେବେ ଖଟରୁ

ତଳେ ଶୁଆଇ ହରିନାମ ଜପିବେ

ମୋର ଆସିବା ପରି ଯିବାକୁ

ଈଶ୍ବରଙ୍କ ପାଖରେ ଦୀର୍ଘ କାମନା।

କିଏ ଆନନ୍ଦରେ କାନ୍ଦିବେ ତ

କିଏ ଅବା ଦୁଃଖରେ

ସବୁ ମାୟାର ଏ ଭେଳିକି

ଜନ୍ମ ମାନେ ହିଁ ତ ମୃତ୍ଯୁ

ଦିଗନ୍ତର ଏ ଯାତ୍ରା

ପଥରେ ଚାଲୁଛି,ଚାଲିବି

ଯେତେ ଦିନ ଯାଏଁ ଥକି ନ ଯାଇଛି।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍