STORYMIRROR

Sanjukta Rout

Others

3  

Sanjukta Rout

Others

ଦିଅ ଦରଶନ

ଦିଅ ଦରଶନ

1 min
139


ଅପରୂପ ତୁମ ଶ୍ରୀଶ୍ୟାମଳ କାନ୍ତି

   ନୟନେ ମୋ' ନିତି ନାଚେ 

ନିଦାଘର ତାତି ଲାଗେ ମଧୁମୟ

    ହୃଦୟରେ ପ୍ରୀତି ରଚେ   ॥ 


ତୁମ ଲାଗି ସିନା ଜୀବନର ମୋହ 

    ମଧୂର ତୁମର ପ୍ରୀତି 

ମଧୂର ମଧୂର   ଅତୀବ ମଧୂର 

   ମଧୁମୟ ତୁମ ଜ୍ୟୋତି   ॥ 


ତୁମ ଭାବ ଡୋରେ ବାନ୍ଧିଛି ମୋ' ମନ 

    ତୁମ ପ୍ରେମେ ହୋଇ ବାଇ 

ଚଞ୍ଚଳ ମନ ମୋ'   ହେଉଛି ଅଧିର 

     ତୁମ ଦରଶନ ପାଇଁ   ॥ 


ତୁମେ ତ ଛଳିଆ ହେ କୃଷ୍ଣ କେଶବ 

    ମୋ' ଜୀବନ ପ୍ରାଣ ଧନ 

ଦିଅ ଦରଶନ   ଆହେ ଶ୍ୟାମଘନ

     ଝୁରେ ନେଇ ରାଇ ମନ   ॥ 



Rate this content
Log in