STORYMIRROR

Sadananda Sahoo

Others

3  

Sadananda Sahoo

Others

ଦି' ଛକିରେ ଜୀବନ

ଦି' ଛକିରେ ଜୀବନ

1 min
247


ହସକାନ୍ଦ ଭରା ଏ'ଜୀବନ ପରା 

   ଦୁଃଖେସୁଖେ  ହୁଏଭାଗି ,

ମଣିଷ ଜୀବନ ନୁହଁଇ କେବଳ 

    ସୁଖପ୍ରଦ  ଅନୁରାଗୀ ! ! 


ଜୀବନର ପଥ  ଦୁର୍ଗମ ଅଭେଦ୍ୟ 

   କଣ୍ଟକରେ   ପରିପୂର୍ଣ୍ଣ , 

ସଂସାରେ ସଂସାରୀ ଦୁଃଖକୁ ଆବୋରି 

    ଜୀବନ ରଖେ ଅକ୍ଷୁର୍ଣ୍ଣ  ! ! 


ଭଲମନ୍ଦ ଦୁଇ  ବିପରୀତ ଭାଇ 

    ଗ୍ରହଣ ସାପେକ୍ଷ ମତ , 

କିଏ ଗ୍ରହଣୀୟ କିଏ ବର୍ଜନୀୟ 

     ମତିଷ୍କ ନିଷ୍ପତି ସତ ! ! 


କୁପଥେ ଗଲେ କଣ୍ଟା ଫୁଟେ ପାଦେ 

    ନୀତିବାଣୀ ଅନିବାର୍ଯ୍ୟ , 

ସୁପଥେ ଗଲେ ଫୁଲ ଝରିପଡେ 

    ସୁଖବର୍ଷା  ହୁଏଧାର୍ଯ୍ୟ ! ! 


ସ୍ଥିତି ପରିସ୍ଥିତି  ସମୀକ୍ଷା ସଙ୍ଗତି 

    ଜୀବନର  ବିଶେଷାଙ୍କ , 

ତର୍ଜମା ବିହୀନ ନିଷ୍ପତି କୁଫଳ 

    ଜୀବନ  ଦର୍ଶନ ଅଙ୍କ ! ! 


କ୍ଷଣିକ ସୁଖରେ  ଭାବପ୍ରବଣରେ 

    ବିପର୍ଯ୍ୟୟ  ସୁନିଶ୍ଚିତ , 

ଦୁର୍ବିସହ ହୁଏ  ଅମୂଲ୍ୟ ଜୀବନ 

    କର୍ମଫଳ  ପ୍ରଣୋଦିତ ! ! 


ଦୁଇଟି ରାସ୍ତାର  ଯାତ୍ରା ଭିନ୍ନଭିନ୍ନ 

    ଜୀବନ ଦର୍ଶନ ଜ୍ଞାନ , 

ବାଟୋଇ କହିବ କେଉଁ ପଥେ ଯିବ 

    ଗନ୍ତବ୍ୟ ହେଵ  ସୁଫଳ ! ! 


ସୁସ୍ଥ ମତିଷ୍କରେ ପଦକ୍ଷେପ ନେଲେ

   ସଂକଟ ଦୂରେଇ ଯାଏ ,

ବୁଦ୍ଧି ବିବେକରେ ସଂସାର ଗଢିଲେ

      ପୁଷ୍ପ ବର୍ଷା ଖାଲି ହୁଏ ! !

ଦିଛକି ରାସ୍ତାରୁ ଗୋଟିଏ ବାଛିବ

ସୁଖ ପ୍ରଦ ହେଵ ଯାତ୍ରା ,

ଦୁଇ ନାବେ ପାଦ ବିପଦ ସଙ୍କୁଳ

ହେଜ ଆହେ ଅଧୀକାର୍ତ୍ତା ! !


Rate this content
Log in