STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଦି ବୁନ୍ଦା ଜୀବନ

ଦି ବୁନ୍ଦା ଜୀବନ

1 min
384

ମୋତେ ପାଣି ମୁନ୍ଦାଏ ଦିଅ

ବୀଜ ରୁ ଏବେ ଏବେ ଗଜା ମାରିଥିବା

ନୂଆ ନୂଆ ଦୁନିଆଁ ଦେଖୁଥିବା

ଚାରୋଟି ପତ୍ର କୁ ଦେଖିଲେ ଲାଗୁଥିଲା

ସତେ କି ସଦ୍ୟଜାତ ଶିଶୁର

କଅଁଳିଆ ଛନ ଛନିଆଁ ଗୋଡ ହାତ ହଲାଇ

ମୋତେ ଡାକୁଛନ୍ତି

ଶୋଷ ରେ ଆଉଟିପାଉଟି ହୋଇ

ମାଗୁଛନ୍ତି ଦି'ବୁନ୍ଦା ଜୀବନ ।


ଦେଖି ପାରିଲି ତା ଝାଉଁଳା ମୁହଁ ଟା

ଜୀବନ୍ତ ଜୀବନ୍ତ ଲାଗିଲା

ମୋ ହାତ ରୁ ଦି 'ବୁନ୍ଦା ଜଳ ପିଇ ଦେଇ

ପତ୍ର ଫାଙ୍କ ରୁ ମୋତେ ଦେଖି ଫିକ୍ କିନା ହସି ଦେଲା ପରମ ତ୍ରୁପ୍ତି ରେ l


ହସି ହସି ମୋତେ ପ୍ରତିଶ୍ରୁତି ଦେଉଥିଲା

ତୋର ଏଇ ଦି'ବୁନ୍ଦା ଜଳ ପରିବର୍ତ୍ତେ

ମୁଁ ଆଣିଦେବି ମୌସୁମୀ ରେ ବର୍ଷା

କ୍ଷେତ ରେ ସୁନାର ଫସଲ ।


ତୁ ନିଶ୍ବାସରେ ଛାଡୁଥିବା ବର୍ଜ୍ୟକୁ ଗ୍ରହଣ କରି

ତୋତେ ଦେବି ଶୁଦ୍ଧ ଅମ୍ଳଜାନ

ଜିଇଁ ବାର ଖୋରାକ

ଛାଇ ଦେବି, ଫଳ ଦେବି

ମୋ ଗଛ ର ପତ୍ର, ଛେଲି, ରସ ସବୁ ଦେବି

ତୋ ଔଷଧ ପାଇଁ

ମରିଗଲେ ତୋ ମଡା ସାଥେ ଏକା ସାଂଗେ ଜଳିବା ।


ତୁ କିନ୍ତୁ ମୋତେ କେବେ ବି

ମୋତେ ଜିଇଁ ଥାଉଁ ଥାଉଁ କାଟିଦେବୁନି ରେ ମଣିଷ

ମୋ ଗୋଡ ହାତ ଖଣ୍ଡିଆ କରି ଦେବୁନି

ମୋ ଦେହରୁ ରୁଧୀର ଝରିଲେ

ତୋର ଅମଙ୍ଗଳ ହେବ ଯେ ।


ଆମେ ଉଭୟେ ଉଭୟ ଙ୍କ ପରିପୁରକ ହୋଇ ରହିଥିବା

ମୁଁ ତୋତେ ଜୀବନ ଦେବି

ତୁ ମୋତେ ଜୀବନ ଦେବୁ

ଦୁହିଁଙ୍କ ବନ୍ଧୁତା ଦେଖି ହସି ଉଠିବ ଧରିତ୍ରୀ

ଝୁମି ଉଠିବ ପ୍ରକୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍