ଦି ବୁନ୍ଦା ଜୀବନ
ଦି ବୁନ୍ଦା ଜୀବନ
ମୋତେ ପାଣି ମୁନ୍ଦାଏ ଦିଅ
ବୀଜ ରୁ ଏବେ ଏବେ ଗଜା ମାରିଥିବା
ନୂଆ ନୂଆ ଦୁନିଆଁ ଦେଖୁଥିବା
ଚାରୋଟି ପତ୍ର କୁ ଦେଖିଲେ ଲାଗୁଥିଲା
ସତେ କି ସଦ୍ୟଜାତ ଶିଶୁର
କଅଁଳିଆ ଛନ ଛନିଆଁ ଗୋଡ ହାତ ହଲାଇ
ମୋତେ ଡାକୁଛନ୍ତି
ଶୋଷ ରେ ଆଉଟିପାଉଟି ହୋଇ
ମାଗୁଛନ୍ତି ଦି'ବୁନ୍ଦା ଜୀବନ ।
ଦେଖି ପାରିଲି ତା ଝାଉଁଳା ମୁହଁ ଟା
ଜୀବନ୍ତ ଜୀବନ୍ତ ଲାଗିଲା
ମୋ ହାତ ରୁ ଦି 'ବୁନ୍ଦା ଜଳ ପିଇ ଦେଇ
ପତ୍ର ଫାଙ୍କ ରୁ ମୋତେ ଦେଖି ଫିକ୍ କିନା ହସି ଦେଲା ପରମ ତ୍ରୁପ୍ତି ରେ l
ହସି ହସି ମୋତେ ପ୍ରତିଶ୍ରୁତି ଦେଉଥିଲା
ତୋର ଏଇ ଦି'ବୁନ୍ଦା ଜଳ ପରିବର୍ତ୍ତେ
ମୁଁ ଆଣିଦେବି ମୌସୁମୀ ରେ ବର୍ଷା
କ୍ଷେତ ରେ ସୁନାର ଫସଲ ।
ତୁ ନିଶ୍ବାସରେ ଛାଡୁଥିବା ବର୍ଜ୍ୟକୁ ଗ୍ରହଣ କରି
ତୋତେ ଦେବି ଶୁଦ୍ଧ ଅମ୍ଳଜାନ
ଜିଇଁ ବାର ଖୋରାକ
ଛାଇ ଦେବି, ଫଳ ଦେବି
ମୋ ଗଛ ର ପତ୍ର, ଛେଲି, ରସ ସବୁ ଦେବି
ତୋ ଔଷଧ ପାଇଁ
ମରିଗଲେ ତୋ ମଡା ସାଥେ ଏକା ସାଂଗେ ଜଳିବା ।
ତୁ କିନ୍ତୁ ମୋତେ କେବେ ବି
ମୋତେ ଜିଇଁ ଥାଉଁ ଥାଉଁ କାଟିଦେବୁନି ରେ ମଣିଷ
ମୋ ଗୋଡ ହାତ ଖଣ୍ଡିଆ କରି ଦେବୁନି
ମୋ ଦେହରୁ ରୁଧୀର ଝରିଲେ
ତୋର ଅମଙ୍ଗଳ ହେବ ଯେ ।
ଆମେ ଉଭୟେ ଉଭୟ ଙ୍କ ପରିପୁରକ ହୋଇ ରହିଥିବା
ମୁଁ ତୋତେ ଜୀବନ ଦେବି
ତୁ ମୋତେ ଜୀବନ ଦେବୁ
ଦୁହିଁଙ୍କ ବନ୍ଧୁତା ଦେଖି ହସି ଉଠିବ ଧରିତ୍ରୀ
ଝୁମି ଉଠିବ ପ୍ରକୃତି ।
