STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଧୂସର ଦିଗନ୍ତ

ଧୂସର ଦିଗନ୍ତ

1 min
204


-------

ଅପହଞ୍ଚ ପୃଥିବୀର ବୁକୁଚିରି

ନିସ୍ତବ୍ଧ ଇଲାକାର ପରିଧିରେ

ସକାଳର ସୂର୍ଯ୍ୟପରି 

ପ୍ରତିଭାତ ହୁଏ ସେ............

ଶତ ଆଶାର ଶେଫାଳୀ

ଆମନ୍ତ୍ରଣ କରୁଥାନ୍ତି ସତେ !!


କିନ୍ତୁ ...............,

ଅପରାହ୍ଣର ଅସ୍ପଷ୍ଟ ପାଦ ଶବ୍ଦରେ

କ୍ରମଶଃ ସନ୍ଧ୍ୟା ଘନେଇ ଆସେ 

ଆକାଶର ନିର୍ଲିପ୍ତ କୋଣରୁ ।

ସବୁ ଯେପରି 

ଓଲଟ ପାଲଟ ହୋଇଯାଏ ,

ବଦଳିଯାଏ ଋତୁଚକ୍ର 

ବର୍ଷ-ମାସ-ଦିନ-ଦଣ୍ଡ 

ରାତ୍ରି ର ଦୁଃସ୍ବପ୍ନ ମଧ୍ୟରେ ।

ତୃଷିତ ହୃଦୟଟି ଚିତ୍କାର କରୁଥାଏ

ଦୁଃଖ ଯନ୍ତ୍ରଣାର ଚିରସ୍ରୋତା ନଦୀ ତୀରେ  ।


ତା' ପରେ......................,

କେତେ ଅଛିଣ୍ଡା ସ୍ବପ୍ନଙ୍କ ଋଣୁଝୁଣୁ ଶବ୍ଦ 

ପିଟିହୁଏ କଳାମେଘଙ୍କ ଦେହରେ

ଧୂସରିତ ହୋଇଯାଏ କମନୀୟ ଚିତ୍ର 

ଝର୍କା ଆରପାଖ ଫାଙ୍କା ଫାଙ୍କା ବାଦଲରେ ।


ମାଟିକୁ ଛୁଏଁ କେତେ ବୁନ୍ଦା ଅଶ୍ରୁ ,

ତିଳ ତର୍ପଣ କରେ 

ସବୁଜ ସମ୍ମୋହନର ମୁଠାଏ ପାର୍ବଣ 

ମ୍ଳାନ ଗୋଧୂଳିରେ

ହସୁଥାଏ ପାଳଭୂତ କିରିକିରି 

କାଳବୈଶାଖୀର ତାଣ୍ଡବ ନୃତ୍ୟରେ ।


କେତେ ଚିହ୍ନା ମୁହଁଙ୍କ 

ଶୋଭାଯାତ୍ରା ମଧ୍ୟରେ

ଆତ୍ମୀୟତାର ପରିଭାଷା ଖୋଜୁ ଖୋଜୁ

ଅଚିହ୍ନା ର ସଂଜ୍ଞା ଲେଖି ହୋଇଯାଏ 

କେଉଁ ଏକ ଆଦିମ କାଳରୁ 

କ୍ଳାନ୍ତ ହୋଇ ପଡିଥିବା

ପୂର୍ଣ୍ଣଚ୍ଛେଦ ହୀନ

ଅମଡା ବାଟର ସର୍ପିଳ ଛାତିରେ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍