STORYMIRROR

Bunee Tripathy

Others

3  

Bunee Tripathy

Others

ଧରମା

ଧରମା

1 min
191


କୋଣାର୍କ ଝୁରୁଛି ଗୁମୁରି ଗୁମୁରି

ଆଖିରୁ ବହୁଛି ନୀର

ଅତୀତ ହୋଇଛି କାଳର ବୁକୁରେ

 ମନଖୋଜେ ବାରବାର।


ବାରଶ ବଢେଇ ପାରିଲେନି ଯାହା

କରିଦେଖାଇଲୁ ତୁହି

ତୋ ଖୁସିରେ ଖୁସି ହେଇ ପାରିଲେନି

ନିଶାବ୍ଦେ ଡେଇଁଲୁ ତୁହି।


ସାକ୍ଷୀ ଚନ୍ଦ୍ରଭାଗା ଅଭିଶପ୍ତ ମଣେ

ଧିକ୍କାରେ ନିଜ କୋଳକୁ

ମମତା ପଣତ ଛୋଟ ହେଲା ତାର

ଛୋଟ ମଣେ ସେ ଭାଗ୍ଯକୁ।


ବାଡି ବରକୋଳି ସାଥେଧରି ସିଏ

ପିତା ଦରଶନ ଆଶେ

ଧାଇଁ ଆସିଥିଲା ବାଳୁତ କୁମର

ମନେ ଭରି ଅଭିଳାଷେ।


ନିର୍ଜିବ ପ୍ରସ୍ତର ଲଭଇ ଜୀବନ

ଶିଳ୍ପୀର ନିହାଣ ମୁନେ

ଖଞ୍ଜିଦେଲେ ପରା କାରୁକାର୍ଯ୍ୟ ଭରା

ମନ୍ଦିର ଶିଳା ଚଟାଣେ।


ମନର ଭାବକୁ ଆଙ୍କିଲେ ପ୍ରସ୍ତର

କରିଦେଲେ ଜୀବନ୍ଯାସ

ତା ଆଖି ସପନେ ହଜିଲାତ ଶିଳ୍ପୀ

ରତି ରଙ୍ଗେ କଲା ବେଶ।


ପିତାହାତେ ଦେଇ ବାଡି ବରକୋଳି

ପ୍ରଣିପାତ ହେଲା ସେହି

ଆନନ୍ଦେ କୋଳେଇ ଗଦଗଦ ହୋଇ

ଆଲିଙ୍ଗନ କଲେ ନେଇ।


ଅବଗତ ହେଲା ରାଜାଙ୍କ ଆଦେଶ

ବାରଶ' ବଢେଇ ଦୁଃଖ

ମନ୍ଦିର ଚୁଳରେ ଦଧିନଉତି ସେ

ସ୍ଥାପିବ ହେଉଛି ଶୋକ।


ଧରମା ମାଗିଲା ପିତାଙ୍କୁ ଆଦେଶ

ଚଢିଲା ମନ୍ଦିର ଚୁଳେ

ମାରିଦେଲା ମୁଣ୍ଡି ସ୍ଥାପିଲା ନଉତି

ଖୁସିର ଲହରୀ ଖେଳେ।


ମନରେ ହରଷ ଦେଖିଲାନି ସିଏ

ଗ୍ରହଣ ଲାଗିଛି ମନେ

ପୂର୍ଣ୍ଣମୀର ଚାନ୍ଦ ଅମାବାସ୍ୟା ପକ୍ଷ

ତିମିର ସମ ଗଗନେ।


ଉଦିତ ସୂରୁଜ ସମପ୍ରଭ ସୁଖ

ଲେଶମାତ୍ରେ ନାହିଁ ଛାଇ

ଜାତିର କଲ୍ଯାଣେ ଚନ୍ଦ୍ରଭାଗା ଗର୍ଭେ

ସଲିଳ ସମାଧି ନେଇ।


ତେଜି ସେହି ସ୍ଥାନ ଚନ୍ଦ୍ରଭାଗା ପରା

ଝୁରୁଛି ଧରମା ପୁତ୍ର

କୋଣାରକ ବୁକେ ଧରମାର ପାଦ

ଦେଖିଛି ପ୍ରତ୍ୟେକ ରାତ୍ର।



Rate this content
Log in