ଧରିତ୍ରୀ ମାଁ
ଧରିତ୍ରୀ ମାଁ
ସର୍ବ°ସହା, ଧୈର୍ଯ୍ୟଧାରିଣୀ ଧରିତ୍ରୀ ମାଁ ଗୋ ତୁମେ,
ସୂରୁଜ ଉଇଲେ ନମନ୍ତି ପ୍ରଥମେ ତୁମ ଚରଣେ,
ତୁମରି କାୟା ଧୌତ ହୁଏ ଯେ ସାଗର ଜୁଆରେ,
ତନୁ ବଲ୍ଲରୀ ତବ ସଜ୍ଜିତ ହୁଏ ବନାନ କୁସୁମେ ।
ଶଶୀକରେ ପ୍ଲାବିତ ତୁମ ଶାନ୍ତ କାୟା ରଜନୀରେ,
ଉଷାର ଲାଲିମା ଦେଖ ତୁମ ମଥାରେ କୁଙ୍କୁମ ଦିଏ,
ଆକାଶ ସଜାଏ ଯେ ତାରକାମାଳ ତୁମ କଟିବନ୍ଧେ, ନରମ ସକାଳେ କାକର ବିନ୍ଦୁର ହାର ଶୋହେ ତୁମ ଗଳାରେ ।
ପ୍ରକୃତି ରାଣୀ ତୁମକୁ ଗୋ ମାତା ନାନା ରଙ୍ଗେ ସଜାଇ ଦିଏ,
ବିହଙ୍ଗ କୂଜନେ ଅଳସ ଭାଙ୍ଗି ନିଦ ଯେବେ ତୁମ ଭାଙ୍ଗେ,
ତୁମ ଚଞ୍ଚଳତା ବ୍ୟାପିଯାଏ ଏ ସାରା ଜୀବ ଜଗତେ।
ଉପମା କି ଦେବି ମାତା ଅନୁପମା ତୁମେ,
ଧନ୍ୟ ହୋଇଛି ଆଜି ମୁହିଁ ଜନ୍ମି ତବ କୋଳେ ।।
