STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଧୋକା

ଧୋକା

1 min
13.3K


ଫଗୁଣ ସକାଳେ ଦିନେ

ଫୁଟିଲ ମନ କାନନେ

ଚହଟାଇ ମଧୁ ରଙ୍ଗ

ମହକାଇ ତଉଦିଗ

କହିଥିଲ ମୁଁ ତୁମର ସଖା

କୁହ ତେବେ କିମ୍ପା ଦେଲ ଧୋକା?


ମୁଁ ଥିଲି ପକ୍ଷୀ ବାଆଁରା

ଆକାଶ ଥିଲା ସାହାରା

ପବନର ପକ୍ଷୀରାଜ

ଚଢି ହୋଇ ସଜବାଜ

ଆନନ୍ଦରେ ମଗ୍ନ ଥିଲି ଏକା

କାହିଁ ଦେଲ ସେ ଆକାଶୁ ଧକ୍କା?


ଆଖିରେ ମୋ ନିଦ ଥିଲା

ସପନରେ ରଙ୍ଗ ଥିଲା

ସମୟ ଶେଜରେ ଶୋଇ

ନିଜ ପାଇଁ ଲୋରୀ ଗାଇ

ଶୋଉଥିଲି ନଥିଲା ଟି ଶଙ୍କା

କିମ୍ପା ମୋର ସ୍ବପ୍ନ କଲ ଫିକା?


ମୋ ମନର ମୁଁ ରାଜା

ଖୁସି ଥିଲା ଦିଗହଜା

ଜୀବନ ଜିଇଁବା ମଜା

ଏବେ ହେଲା କଳାପାଣି ସଜା

କୁହ ଥରେ ମନେ ଚିନ୍ତି ପକ୍କା

ନୁହେଁ କି ଏ ପ୍ରୀତି ରକ୍ତ ଚଖା?


ତୁମର ଯା ଥିଲା ଖେଳ

ହୁଏ ଆଜି ମୋର କାଳ

ଏ ଖେଳେ ତୁମ ବିଜୟ

ହୁଏ ମୋର ପରାଜୟ

ସତ ସଖୀ ଖେଳାଳି ତୁ ଚୋଖା

ମୁଁ କେବଳ ଅନାଡି ଓ ବୋକା

--------

କବି : ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ,ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍