STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଧନ୍ୟ ତୋର ଚିନ୍ତାଧାରା

ଧନ୍ୟ ତୋର ଚିନ୍ତାଧାରା

1 min
106

ବାପର ବୟସର ଅପରାହ୍ନରେ

ପୁଅ ପାରେନି ସମ୍ଭାଳି

ପୁଅର ପିଲାଦିନ ଅଳିଅଝଟ

ବାପଟା ହେଉଛି ଭାଳି ॥


ସ୍କୁଲ୍ କୁ ସେ ଛାଡିବାକୁ ଯିବାବେଳେ

ପିଲା କରେ ଯେ ବାହାନା

ତଥାପି ବାପ ଟି ସ୍ନେହୀ ଥିଲେ ବୋଲି

କରିନଥିଲେ ଛଳନା ॥


କେତେ ମୁଁ ଯତନେ ବଢାଈଛି ତୋତେ

ସେ କଥା ବିଭୂଙ୍କୁ ଜଣା

ଆଜି ପୁଅ ତୁହି କରୁଛୁରେ ପର

ଏକଥା ନୁହଁ ଅଜଣା ॥


ପତ୍ନୀ ବୋଲେ ପଡି ଛାଡୁଛୁରେ ତୁହି

ବୄଦ୍ଧାଶ୍ରମେ ଯତନରେ

ତଥାପି ଆଶୀଷ ଦେଉଛିରେ ମୁହିଁ

ରୁହ ତୁମେ ଶରଧାରେ ॥



Rate this content
Log in