STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଧନ୍ଯ ଏ ଜଗତ

ଧନ୍ଯ ଏ ଜଗତ

1 min
150

ଭଗବାନଙ୍କର ଅପାର ଆଶିଷ

ମିଳୁତ ନାହାଁନ୍ତି ରୋଗୀ

ବଡ ଆଚମ୍ବିତ ଧନ୍ଯ ଏ ଜଗତ

ଶହେରୁ ଶହେ ତ ଭୋଗୀ ।

ଭାଙ୍ଗିତ ଗଲାଣି ଘରର ଦରଜା

ରୋଗୀଙ୍କ ପଲଙ୍କ ଯେତେ

ଏଣେତେଣେ ଗଦା ଖାଲି ଆବର୍ଜନା

ଆଶଙ୍କା ମନରେ ସେତେ!

କିବା ଡାକତର ହେଲେଣି ଅଭାବ

କରିବାକୁ ରୋଗୀ ସେବା

ବେସରକାରୀଆ ଛତୁ ଫୁଟା ସଂସ୍ଥା

ଦେଖି ଲାଗେ ସତେ କାବା ।

ସେବା କରିବାକୁ ସଭା ସମିତିର

ହୁଏ କେତେ ଆୟୋଜନ

ସେବା ମନୋବୃତ୍ତି ମରିତ ଗଲାଣି

ଲୋଡ଼ା ପଡେ ଖାଲି ଧନ ।


Rate this content
Log in