STORYMIRROR

Bidulata Sahoo

Others

3  

Bidulata Sahoo

Others

ଧନୀ ଓ ଗରିବ

ଧନୀ ଓ ଗରିବ

1 min
161

ଏଇ ଦୁନିଆରେ ସେତେ ବଡ ସିଏ

            ଯାହା ପାଖେ ଧନ ବେଶୀ,

ଧନ ଏ ଯୁଗରେ ହୋଇଅଛି ପରା

             ମଣିଷର ମାପକାଠି |


ଧନ ବଳେ ଜଣେ ଲଭିପାରେ ମାନ

              ସନମାନ ଦୁନିଆରେ,

ଧନ ନାହିଁ ଯାର ଉଚ୍ଚ ସ୍ଥାନ ପାଇଁ

              କିଏ ବା ତାକୁ ପଚାରେ ?


ଧନୀର ପୋଷାକ ଆଦବକାଇଦା

              ସବୁର ଢ଼ଙ୍ଗ ନିଆରା,

ଅଳପ ଧନ ଯା ପାଶେଅଛି ସିଏ

            ହୁଏସିନା ବେସାହାରା |


ଗୁଣ ନଥାଇ ବି ଗୁଣୀ ଜନେ ଗଣା

             ହୁଏ ଜଣେ ଧନ ବଳେ,

ଗୁଣ ଥାଇ ମଧ୍ୟ ଧନ ଅଭାବରୁ

             ସେ ସ୍ଥାନ ପାଇ ନପାରେ |


ଧନର ପାହାଡେ ଛିଡା ହେଲେ ତାକୁ

                ପୃଥିବୀଟା ଦିଶେ ସାନ,

ଗରୀବକୁ ସିଏ ଖାତିର କରେନା

               କରେ ତାକୁ ହୀନିମାନ |


ଧନୀ ହୋଇ ଜଣେ ବୁଝିପାରେ ଯଦି

             ଗରୀବର ପେଟ କଥା,

ବୁଝିପାରେ ଯଦି ଗରୀବ ଅଭାବ

             ଗରୀବ ମନର ବ୍ୟଥା |


ସେହି ସିନା ଏକା ମଣିଷ ବୋଲାଏ

              ମହତ ଜନଟି ସିଏ,

ଗରୀବର ଦୁଃଖ ନ ବୁଝିବ ଯିଏ

               ତାକୁ ପଚାରିବ କିଏ ?


Rate this content
Log in