STORYMIRROR

Usharani Sahoo

Others

4  

Usharani Sahoo

Others

ଧନ ଓ ଧର୍ମ

ଧନ ଓ ଧର୍ମ

1 min
344

ଧନ ଆଉ ଧର୍ମ ଦୁହେଁ ଆବଶ୍ୟକ

ମନୁଷ୍ୟ ସମାଜ ପାଇଁ

ଧନ ଯେ ସମ୍ପତ୍ତି ଧର୍ମ ଯେ ପ୍ରକୃତି

ସଦା ଲୋଡ଼ା ହୋଇଥାଇ।


ମନୁଷ୍ୟ ଜୀବନ ବଞ୍ଚିବା ନିମନ୍ତେ 

ଧନ ହୁଏ ଦରକାର

ହେଲେ ସେହି ଧନ କେଉଁଠୁ ମିଳିବ

ମଥା ହୁଏ ଚକ୍ରାକାର।


ଅଧର୍ମ ପଥରେ ଧନ ଅରଜିଲେ

ଜୀବନଟା ଶାନ୍ତି ନୁହେଁ

ହେଲେ ଏହି ଧନ ଧର୍ମ ପଥେ ଥିଲେ

ସର୍ବଦା ସେ ଖୁସି ହୁଏ।


ଜୀବନଟା ଆମ କ୍ଷଣସ୍ଥାୟୀ ଵାଵୁ

ଏ କଥା ନ ଯାଆ ଭୁଲି

ଶୂନ୍ୟ ହସ୍ତେ ଆସି ଶୂନ୍ୟ ହସ୍ତେ ତୁହି

ଏକା ଏକା ଯିବୁ ଚାଲି।


ଜୀବନ କାଳରେ ଯେତେ କର୍ମ କରି

ଧନ ସଞ୍ଚି ରଖିଥିବୁ

ଅନ୍ତିମ କାଳରେ ନ ନେବୁ ହାତରେ 

ତୁଚ୍ଛ କରି ଛାଡିଯିଵୁ।


ଅନ୍ୟାୟକୁ କରି ଅଧର୍ମକୁ ସାରି

ଯେତେ ଧନ ଅରଜିଵ

ଦେଖୁଥିଵୁ ସିନା ଭୋଗ ହେବ ନାହିଁ

ମୂଳପୋଛ ହୋଇଯିବ।


ମିଛର ସଂସାରେ ଲୋଭ ତୁ କରୁରେ

କାହିଁକି ଏ ମୋହ ମାୟା

ଧର୍ମ ପଥେ ଥିଲେ ଜୟ ଜୟ ହୁଏ

ଈଶ୍ୱର ହୁଅନ୍ତି ସାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍