STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଧିକ ଧିକ ସେ ଜୀବନ

ଧିକ ଧିକ ସେ ଜୀବନ

1 min
145

ନାରୀ ପ୍ରେମେ ନର ଅନ୍ଧ‌ ହୋଇ ରଚେ ମଧୁର ମଧୁଚନ୍ଦ୍ରିକା

କପଟ ପ୍ରେମରେ ଛନ୍ଦ ହଜାଇ ସରଜଇ ପ୍ରହେଳିକା

ଯୁପକାଠି ତଳେ ଜୀବନ ନାଟିକା ଶାଣିତ ଉଦ୍ୟତ ଖଡ୍ଗ

ତା ପ୍ରେମ ଘାତକ ସାଜେ ଅବେଳରେ ଜୁଇ ହୋଇଥାଏ ସଜ ।।


ଜଣେ ସ୍ଵାମୀ ଜଣେ ମନର ମଣିଷ କୁହୁକିନୀ କରି ଅନ୍ଧ

ଜୀବନର ଯେତେ ପବିତ୍ର ମୁହୂର୍ତ୍ତେ ଆଙ୍କେ ପାପାଚାର ଚିତ୍ର

ମୁଖ ହସ ହସ ହୃଦୟ ରେ ବିଷ ସାଇତି ସ୍ଵାମୀରେ “ରାତି

କାଟେ ଅବସାଦେ” ଦିବସେ ପ୍ରେମିକ ସହ ନାନା ରଙ୍ଗେ ପ୍ରୀତି ।।


ବିଶ୍ଵାସରେ ହଳାହଳ ଲେପିପାରେ ଧିକ ଧିକ ସେ ଜୀବନ

ଧିକ ଶିକ୍ଷା ଦୀକ୍ଷା ଧିକ ପିତା,ମାତା ଧିକ ଗୁରୁ ଗୁରୁଜନ

ଧିକ ସେ ମଣିଷ ଧିକ ତା ଜନମ କେଉଁ କାଳବେଳା ନେଇ

ସଂସାରେ ବିଧାତା ସରଜନା କରି କଳୁଷିତ କରେ ମହୀ ।।


କାହିଁ ଅଛ ଆହେ ଅନ୍ତର ଦେବତା ପରଂବ୍ରହ୍ମ ଅନ୍ତର୍ଯ୍ୟାମୀ

ଅଦିନେ ମରଣ ରୂପକ ପ୍ରେମରୁ ରକ୍ଷାକର ଚକ୍ରପାଣି ।।

(( “ସଂପ୍ରତି କିଛି ଘଟଣାକୁ ନେଇ ମନର ଭରି କ୍ଷୋଭ

 ଉଲ୍ଲେଖେ କବି ଏହା ଠିକେ ଠିକେ ସୁଜନେ ବୁଝ ଭାବ” ))



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍