STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ

ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ

1 min
163

ଦେଖ କି ସୁନ୍ଦର ଦିଶେ ମୋ ଚକା ନୟନ ନେତ୍ର 

ହୁଏ ପବିତ୍ର ଦେଖି କାଳିଆର ବଦନ

କିଏ ଭୁଲି ପାରିବକି ସେଇ ରୂପକୁ ଯାହାକୁ ତେତିଶି

କୋଟି ଦେବତା ସଦା କରନ୍ତି ଚିନ୍ତନ |୧|


ଜ୍ୟେଷ୍ଠ ପୂର୍ଣ୍ଣିମା ତୁମେ ଶ୍ରୀମନ୍ଦିରେ ସ୍ନାନ ମଣ୍ଡପକୁ  

ଧାଡ଼ି ପହଣ୍ଡିରେ ଆସ ହୋଇ ଚତୁର୍ଦ୍ଧା ମୂର୍ତ୍ତି

ସେଇ ପବିତ୍ର ରୂପକୁ ତୁମପ ସ୍ୱୟଂ ପୂର୍ଣ୍ଣ ବ୍ରହ୍ମ ଦେଖି 

ଦାରୁ ବ୍ରହ୍ମ ରୂପେ କରିଥିଲେ ସେହି ସ୍ତୁତି |୨|


ହେ ସୁନ୍ଦର ଶୋଭାଧାରୀ ରହି ଶ୍ରୀ ମନ୍ଦିରରେ ଖାଇ

ଛପନ ଭୋଗ ମୋତେ ସିନା କଲ ପର

ମୋତେ ଗଲ ଭୁଲି କେମିତି କହିଵି ବେଶି ଭଲ ପାଏ 

ବୋଲି ମୁଁ କଅଣ ସତରେ ଅଧମ ପାମର |୩|


ତୁମ ଲଲାଟର ଚିତା ଦେଖି ମନ ହୁଏ ତର ତର 

କେବେ ଦେଖିବି ତୁମର ଚାରୁ ଚନ୍ଦ୍ର ବଦନ

ସତ କହୁଛି ଆହେ ଚକା ଆଖି ନିଜର ହେବାକୁ ଚାହେଁ  

ଚକା ଚକା ଦୁଇ ଆଖି କରେ ବିମୋହନ |୪|


କର୍ଣ୍ଣରେ କୁଣ୍ଡଳ ଗଳାରେ କୌସ୍ତୁଭର ହାର କରିଅଛ 

ପରା ପରିଧାନ ଦିବ୍ୟ ପୀତ ବସନ

ଦେଖ କି ସୁନ୍ଦର ଦିଶେ ମୋ ଚକା ନୟନ ସର୍ବ ନେତ୍ର 

ହୁଏ ପବିତ୍ର ଦେଖି କାଳିଆର ବଦନ |୫|


ମିଛ ମାୟା ସଂସାରର ମୋହରେ ପଡି଼ ତ ରହି ଅଛି  

ହେଉଛି ମୁଁ ଯେ ବାଟବଣା ଓ ବିବଶ 

ସ୍ୱାର୍ଥ ମୋର ବଢାଉଛି ଲୋଭ ଜାଣି ମଧ୍ୟ ତୁଚ୍ଛା ଆଶା  

ମୋର ବିବେକ ଜ୍ଞାନ ବୁଦ୍ଧି ହୁଏ ନାଶ |୬|


ଵିନା ନୟନରେ ସବୁ ଦେଖିପାର ତୁମ ହୃଦେ ନାହିଁ ଏ 

କିଙ୍କର ମୋ ଅଶ୍ରୁ ତେଣୁ କି ଦେଖିଲ ନାହିଁ 

ଅଭିମାନ କାହିଁକି କରିବି କଲେ ବା କି ଲାଭ ହେଵ ତଥାପି 

ମୋ ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ ମୁହିଁ |୭|



Rate this content
Log in