STORYMIRROR

Amulya Kumar Nayak

Others

3  

Amulya Kumar Nayak

Others

ଧାରା ଶିରାବଣ ମାସ ଶେଷ ରବିବାର

ଧାରା ଶିରାବଣ ମାସ ଶେଷ ରବିବାର

1 min
234


ଧାରା ଶିରାବଣ ମାସ ଶେଷ ରବିବାର

ନିଧିବୁଢା ବାଡି ପଟେ ପଡିଛି ବିଚାର


ମଶା ମାଛି ସଙ୍ଗେ ପୁଣି କରୋନା ଭୂତାଣୁ

ଏକା ଠାବେ ବସି ହେଉଥିଲେ ଗୁଣୁ ଗୁଣୁ


ମଶା କହେ ଜ୍ୱରଟାକୁ ମଣିଷ ଡରୁନି

ମାଛି କହେ ହଇଜା ମୋ କାନ୍ଦୁଛି ବାହୁନି


ବସି ସବୁ ଶୁଣୁଥିଲା କରୋନା ନାଗୁଣୀ

ପୁରୁଣା ମେଥଡ ସବୁ କୁହନା ଭଉଣୀ


ନୂଆ ରଙ୍ଗ ନୂଆ ରୂପ ନୂଆ କରି ନାଟ

ମଣିଷକୁ କେମିତି ସେ ଦେଇଅଛି ଛାଟ


ବୁଢାଠୁ ଭେଣ୍ଡିଆ ପୁଣି ମାଆ କୋଳୁ ଛୁଆ

ଛକି ଶୂନ ସେ ଖେଳୁଛି ମଣିଷ ବାଇଆ 


ଦିନେ ନାହିଁ ଅଧେ ନାହିଁ ହେଲା ଦୁଇ ବର୍ଷ

ପାଉନି ବାପୁଡା ନର ଯେତେ କଲେ ଚାଷ


ଧରିଛି ତା ଇମୁନିଟି ନାକ ତଣ୍ଟି ପୁଣି

ତୁଣ୍ଡି ବନ୍ଧାଇଛି ମୁହେଁ ଚାଇନା ବାୟାଣୀ


ଜ୍ୱର ସଙ୍ଗେ କାଶ ଛିଙ୍କ କି ଖରା ବରଷା

ଗିଳି ସାରିଲାଣି ପୁଣି କି ସାଇ ପଡିଶା 


ମହାମାରୀ ଉପାଧିଟେ ଦେଇଅଛି 'ହୁ'

ପାଉନି ମଣିଷ ବାଟ ମାଗୁଅଛି ଜୁ


ମଶାମାଛି ଶୁଣି ସବୁ ହେଲେ ଆବାକାବା

କେଉଁ ଗ୍ରହରୁ ଆସିଛୁ କିଏ ତୋର ବାବା ?


ନିଧି ବୁଢା ଶୁଣୁଥିଲା ଘୁମେଇ ଘୁମେଇ

ହାତ ଧୋଇ ସଫା କଲା ସାବୁନୁଟା ନେଇ


ମୁହେଁ ତୁଣ୍ଡି ବାନ୍ଧି ଦେଇ ଧରିଲା କଟୁରୀ

ଅନାବାନା ଗଛ ଲତା ସବୁ ଦେଲା ମାରି


ନାଳ ନର୍ଦ୍ଦମାକୁ ସବୁ କରିଦେଲା ସଫା

ମଶାମାଛିଙ୍କର ଆଉ ରହିଲାନି ଦଫା


ବାକି ରହିଗଲା ଖାଲି ଚାଇନା ଭୂତୁଣୀ

ବସି ଭାବୁଥିଲା ବୁଢା ବିଡି ଢୁକେ ଟାଣି

        

      କ୍ରମଶଃ


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍