STORYMIRROR

Manoja kumar Pattnayak

Others

3  

Manoja kumar Pattnayak

Others

ଧାନ

ଧାନ

1 min
261

ଆରେ ଧାନ ତୋର ଗର୍ଭରୁ ଚାଉଳ ଜନ୍ମ

ଆରେ ଧାନ

ଧାନରୁ ଚାଉଳ ନିଅଇ ରାଉଳ

ଦେବତା ଭୋଗ କରିଣ

ଆରେ ଧାନ

ତୋର ଗର୍ଭରୁ ଚାଉଳ ଜନ୍ମ

ଘରେ ତୁ ନଥିଲେ କୁଣିଆ ଆସିଲେ

ଡକା ପଡ଼ିଯାଏ ଜାଣ

ବାର ଦ୍ଵାରେ ଯାଇ ହସ୍ତକୁ ପାତଇ

ଧିକ୍ ଧିକ ତା ଜୀବନ

ଆରେ ଧାନ ତୋର ଗର୍ଭରୁ ଚାଉଳ ଜନ୍ମ

ଷାଠିଏ ପଉଠି ଭୋଗ ଲାଗେ ନିତି

ଲକ୍ଷ୍ମୀଙ୍କ ରାନ୍ଧଣା ଅନ୍ନ

ବଳକା ହୋଇଲେ ଦହି ଚହ୍ଲା ଥିଲେ

ତାକୁ ଅଭଡ଼ା କୁହନ୍ତି ଜନ

ଆରେ ଧାନ

ତୋର ଗର୍ଭରୁ ଚାଉଳ ଜନ୍ମ

ସେଇ ଚାଉଳରେ ନିର୍ମାଲ୍ୟ ହୁଅଇ

ମରଣକୁ ପ୍ରୟୋଜନ

କୋଟି କୋଟି ଜନ କରିଣ ଭୋଜନ

ସେତ ଗଲେଣି ବୈକୁଣ୍ଠ ଧାମ

ଆରେ ଧାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍