STORYMIRROR

DR SAMIR KUMAR NANDA

Others

3  

DR SAMIR KUMAR NANDA

Others

ଧ୍ୱସାଂଭିମୁଖୀ ସବୁଜିମା

ଧ୍ୱସାଂଭିମୁଖୀ ସବୁଜିମା

1 min
196


ଉତ୍କଳର ଉଜ୍ଜୟିନୀ ବାମଣ୍ଡା ବିଶ୍ୱ ଜ୍ଞାନ ମନ୍ଦିର,

ଚିର ଅମର ତା କିରତୀ ସତ୍ୟ ଶିବ ସୁନ୍ଦର,

ଜ୍ଞାନ ଜ୍ୟୋତି ଦୀପ ଜାଳିଲେ ବାସୁଦେବ ନୃପତି

ସାହିତ୍ୟ ପୂଜିଣ ଭାରତେ ପାଇଥିଲେ ଖ୍ୟାତି

ଓଡିଶାର ବିକ୍ରମାଦିତ୍ୟ ସେ ବ୍ୟାସ କବି ଗାଇଲେ

ଭାଷା ଉଦ୍ଧାରଣେ ମାଟିରେ ରାଜ କବି ଜନ୍ମିଲେ  ।


ନୈସର୍ଗିକ ସୌନ୍ଦର୍ଯ୍ୟର ଅଟେ ଗନ୍ତା ଘର,

ଆସ୍ଥାନ ଅଟଇ ମାଁ ପ୍ରଧାନ ପାଟେଶ୍ୱରୀଙ୍କର

ପ୍ରଧାନପାଟ ଜଳଇ ଅଗ୍ନିର କରାଳ ଗ୍ରାସରେ

ବାନର ବୁଲନ୍ତି ନଗ୍ରରେ ଜଳ ଜଙ୍ଗଲ କ୍ଷୟରେ

ନ ଶୁଭଇ ଆଜି ଏଠି କୁଳୁ କୁଳୁ ସ୍ୱନ

ହଜିଯାଏ ଗିରିବନ ସୁରିଲା ପବନ ।


ନିଘଞ୍ଚ ବନାନୀର ଆଜି ଏକି ଅପରୂପ

ଶତୃ ଆକ୍ରମଣେ ଆହ୍ଲାଦିନୀ ହୁଅଇ କ୍ଷତାକ୍ତ

ଆଜିଏ ଉତ୍ସବ ବାସରେ ଆସ କରିବା ଶପଥ

ଉଦ୍ଧାରିବା ଏ ଭୂଲୋକ ସ୍ୱର୍ଗକୁ ସାଜି ବୀର ସୈନିକ

ସମସ୍ତେ ମିଶି ଆଜି ଆସ କରିବା କାମନା

ସାଜ ଶୃଙ୍ଗାରରେ ସାଜି ଉଠୁଏ ଝରଣା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍