STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଦଗ୍ଧ ଉପବନ

ଦଗ୍ଧ ଉପବନ

1 min
129


ଶାନ୍ତ ଗୋଧୂଳିର ସ୍ନିଗ୍ଧ ତପୋବନ 

ମୁଗ୍ଧ ମୂର୍ଚ୍ଛନାରେ ହଜେ

ଭଗ୍ନ ହୃଦୟ ମୋ ବିହ୍ବଳିତ ନେତ୍ର

ଝରା ଶ୍ରାବଣରେ ଭିଜେ ।।


ବିଜନ ବେଳାରେ ସାଗର କୂଳରେ

ବେଳାଭୂଇଁ ଗାଏ ଗୀତ

ଦିଗହଜା ମୋର ଜୀବନ ବୋଇତ

ଲାଗେ ଅବିରତ କ୍ଳାନ୍ତ   ।।


ଛନ୍ଦହରା ଲାଗେ ଜୀବନ ସଙ୍ଗୀତ

ଲୁଚି ଯାଏ ରୂପାଜହ୍ନ 

ମୃଦୁ ସମୀରଣ ଦଗ୍ଧ ଉପବନେ

ଖୋଜେ ସିକ୍ତ ପାଦଚିହ୍ନ ।।


ଘନ କୁହୁଡିର ବହଳ ଅନ୍ଧାରେ

ଅଦୃଶ୍ୟ ମୋ ଭାବାବେଗ

କାଚଘର ମୋର ଭାଙ୍ଗିଯାଏ ଧୀରେ

ବିଶ୍ବାସର ଯେତେ ସ୍ତର  ।।


ପ୍ରଣୟର ଛନ୍ଦେ ପ୍ରୀତିର ସୁଗନ୍ଧେ

ଫଗୁଣ ଯେବେ ଆସେ

ସୁପ୍ତ ଚେତନାର ଅବରୁଦ୍ଧ ଦ୍ବାରେ

ମଳୟ ଧସେଇ ପଶେ   ।।

 

ପଲ୍ଲବିତ ହୁଏ ପ୍ରୀତି କୁଂଜବନ 

ହସେ ଧୀରେ ଘାସଫୁଲ

ଚନ୍ଦନ ବନରୁ ଝରେ ପାରିଜାତ

ଜଳେ ମୁକ୍ତିର ମଶାଲ    ।।

 

ବାଜେ ଧୀରେ ଧୀରେ ଯୁଦ୍ଧର ଦୁନ୍ଦୁଭି

ଜୀବନର ପାଞ୍ଚଜନ୍ୟ 

ମହମହ ବାସେ ଅଗରୁ ଚନ୍ଦନ 

ରୋମାଞ୍ଚିତ ଯଉବନ    ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍