STORYMIRROR

Shibanand Banchhor

Others

2  

Shibanand Banchhor

Others

ଦଗାଦିଆ ବର୍ଷା

ଦଗାଦିଆ ବର୍ଷା

1 min
14.4K


ତୁମେ ଆସିବାକୁ କଥା ଦେଇଥିଲ ନା

ତୁମ ବାରିଧାରେ ଭିଜାଇବାକୁ କହିଥିଲ ନା

ହେଲେ ଆଜି କାହିଁ ଏ ପ୍ରତାରଣା

କଣ ଏହା ମୋ ଅପେକ୍ଷାର ପାଉଣା ..?

ତୁମ ମୁଶଳଧାରାରେ ହଜିଯିବାକୁ

ସେଥିରେ ମତୁଆଲା ନୃତ୍ୟରେ ନୃତ୍ୟରତ ହେବାକୁ

ଶରୀରର ପ୍ରତି ଅଂଶରେ ତୁମ ପ୍ରୀତିଭରା ସ୍ପର୍ଶକୁ

ତୁମ ସେ ସୁବାସିତ ବାସ୍ନାକୁ

ତୁମ ସେ ରିମଝିମ୍ ସଙ୍ଗୀତକୁ

ମୁଁ କେଡେ ଆନନ୍ଦରେ ଅପେକ୍ଷାରେ ଥିଲି

ହେଲେ ତୁମେ ଆଖି ପିଛୁଳାକେ ସେସବୁ ଭାଙ୍ଗିଦେଲ

କଣ ଏହା ମୋ ଅପେକ୍ଷାର ଫଳ..??

ତୁମେ ଆସିବ ବୋଲି

ସମସ୍ତଙ୍କୁ କହି ବୁଲୁଥିଲି

ମୋ ବର୍ଷା ଆସିବ

ବାହୁ ବନ୍ଧନରେ ଆଲିଙ୍ଗନ କରିନେବ

ଆଉ ଦୁହେଁ ବିଲୀନ ହୋଇଯିବୁ ପ୍ରେମ ସାଗରରେ

ହେଲେ ଆଜି କଣ କହିବି ସେମାନଙ୍କୁ

ମୋ ବର୍ଷା ମୋତେ ଠକିଦେଲା

ସେ ମୋ ପ୍ରିୟା ବର୍ଷା ନୁହେଁ

ସେ ଦଗାଦିଆ ବର୍ଷା ।।

ଶିବାନନ୍ଦ ବନଛୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍