STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଦେଶପ୍ରେମ

ଦେଶପ୍ରେମ

1 min
417

ଆମର ଉଦ୍ଦେଶ୍ୟ ମନୁଷ୍ୟ ଜୀବନେ

କର୍ତ୍ତବ୍ୟ ହିଁ ଦେଶପ୍ରେମ 

କରି ଦେଶପ୍ରେମ ଗୋପବନ୍ଧୁ ଦାସ

ରଖି ଯାଇଛନ୍ତି ନାମ୧।


ରୋଗରେ ପୀଡିତ ସନ୍ତାନକୁ ଛାଡି

କୋଟି ପୁତ୍ର ସେବା ପାଇଁ 

ବାତ୍ୟା ତୋଫାନରେ ପୀଡିତ ଜନଙ୍କୁ

ସେବିଥିଲେ ରାଷ୍ଟ୍ର ପାଇଁ।୨।


କହୁ ଥିଲେ ସଦା ମିଶୁ ଦେହ ମୋର

ଦେଶର ଏହି ମାଟିରେ 

ଚାଲୁଥାନ୍ତୁ ସଦା ରାଷ୍ଟ୍ରର ସନ୍ତାନେ

ମାତୃଭୂମିର ରକ୍ଷାରେ।୩।


ରାଷ୍ଟ୍ରପ୍ରେମ ଅଟେ ସର୍ବୋପରି ଭବେ

ଜୀବନର ମୂଳ ମନ୍ତ୍ର 

ସମର୍ପଣ ପ୍ରାଣ ସୁବାଷ ବାବୁଙ୍କ

ଦିଏ ଦେଶପ୍ରେମ ମନ୍ତ୍ର।୪।


ରକ୍ଷା କରିଥିଲେ ବ୍ରିଟିଶ କବଳୁ

ଦେଇଥିଲେ ସ୍ୱାଧୀନତା 

ବ୍ରିଟିଶ ସାମ୍ରାଜ୍ୟ ହାର ମାନି ଥିଲା

ଗୁଞ୍ଜୁ ଅଛି ମହାନତା।୫।


ମହାତ୍ମାଗାନ୍ଧୀଙ୍କ ଅହିଂସାର ମନ୍ତ୍ର

ଦେଶପ୍ରେମେ ଗୁଞ୍ଜି ଗଲା 

କୋଟି କୋଟି ପ୍ରେମୀ ଏକତ୍ରିତ ହେଲେ

ଭାରତ ସ୍ୱାଧୀନ ହେଲା।୬।


ବାଜି ରାଉତର ଦେଶପ୍ରେମ ଗୁଞ୍ଜେ

ବାରବର୍ଷ ବୟସରେ 

ଡ଼ଙ୍ଗାକୁ ନଦେଲା ପାରି ହେବା ପାଇଁ

ଢଳି ପଡ଼ିଲା ଗୁଳିରେ।୭।


ଅଂଗ୍ରେଜୀ ସୈନିକ ଅତି ହିଁ ନିର୍ଦ୍ଦୟ

ଗୁଳି କରିଦେଲେ ତାକୁ 

ଜନ୍ମଭୂମି ପାଇଁ ବଳିଦାନ ହେଲା

ସନ୍ଦେଶଟି ଜନତାକୁ।୮।


ଦେଶପ୍ରେମ ପୁଣି ଆବିର୍ଭାବ ହେଲା

ଜନଜନଙ୍କର ମନେ 

ଦେଶପ୍ରେମୀ ତହିଁ ଜାଗି ପଡିଲେଟି

ଆନ୍ଦୋଳନ କଲେ ଜନେ।୯।


ଅହିଂସାର ବଳୁ ସ୍ୱତନ୍ତ୍ର ଭାରତ

ସ୍ୱାଧୀନଟି ଏବେ ଆମେ 

ବଳିଦାନୀଙ୍କର ଗୌରବ ରଖିବା

ଜଡ଼ିତ ରହିବା ଆମେ।୧୦।


ଶକ୍ତିଶାଳୀ ଦେଶ ଗଢିବା କର୍ତ୍ତବ୍ୟ

ଆତ୍ମନିର୍ଭରଟି ହୋଇ 

ଦେଶପ୍ରେମେ ସଦା ଆଗୁଆ ହୋଇବା

ଆଣିବା ବିଶ୍ୱାସ ଭାଇ।୧୧।


ଆମର ଉଦ୍ଦେଶ୍ୟ ମନୁଷ୍ୟ ଜୀବନେ

କର୍ତ୍ତବ୍ୟ ହିଁ ଦେଶପ୍ରେମ 

କରି ଦେଶପ୍ରେମ ଗୋପବନ୍ଧୁ ଦାସ

ରଖି ଯାଇଛନ୍ତି ନାମ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍