STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଦେଖିଥିଲି ସ୍ୱପ୍ନ

ଦେଖିଥିଲି ସ୍ୱପ୍ନ

1 min
375


ଭାବିଥିଲି ଦେଖିବାକୁ ପୁନେଇଁ ଚାନ୍ଦକୁ

କୁଆଡେ ଥିଲା କେଜାଣି ସେ ଚନ୍ଦ୍ରଗ୍ରହଣ

ଭୟଭୀତ କଲା ମୋ ଉତ୍ସୁକ ପ୍ରାଣକୁ

ପରୋକ୍ଷେ ବସାଇଦେଲା କ୍ଳାନ୍ତ ପଥିକପ୍ରାୟ

ଚାରିକାନ୍ଥର ତମସାଭିତରେ

କଳଙ୍କିତ ପ୍ରତିଛବିକୁ ଧରାଇ॥


ଆଶାଥିଲା ଗଢିବାକୁ ପ୍ରେମର ପ୍ରାସାଦ

ନିରାଶାର ମରୀଚିକାଟା

ପ୍ରତାରଣାର ଗର୍ଜ୍ଜନରେ

ମାଡିଆସିଲା ଫାଇଲିନ୍ ପ୍ରାୟ,

ଆଶ୍ରାଦେବା ମମତା ବୃକ୍ଷଟା

କିଂକର୍ତ୍ତବ୍ୟବିମୂଢ ପ୍ରାୟ

ଲୋଟିପଡି ଖିନ୍ ଭିନ୍ କରିଦେଲା

ମୋ ସୁରମ୍ୟ ସ୍ମୃତିକୁ

ଧ୍ୱସ୍ତବିଧ୍ୱସ୍ତର ଇତିହାସ ଧରାଇ॥


ପଢୁଥିଲି ପାଠ..ରଖିବାକୁ ପିତାମାତାଙ୍କର ଯଶ ଗୌରବ

କିଏ ଜାଣିଥିଲା...

ଅନୈତିକ ଦୁନିଆଁଟା ଧରାଇବ

ଶ୍ରେଷ୍ଠତାର ମାନଚିତ୍ର ଅଯୋଗ୍ୟକୁ

ଆଖିରେ ପୁରାଇ ଅନ୍ୟାୟର ଧୁଆଁ

ଧୂଳିଦେଇ ନଷ୍ଟଭ୍ରଷ୍ଟ କରିବ

ମର୍ଯ୍ୟାଦାର ଆତ୍ମସମ୍ମାନ

ଅନେକ ଅପକୀର୍ତ୍ତି ଅରଜିବାକୁ॥


ଶୁଣିଥିଲି ପରିବାରଟା ହେବ ସ୍ୱଚ୍ଛ ସୁନ୍ଦର

କିଏ ଜାଣିଥିଲା...

ଅସ୍ୱଚ୍ଛ ଜିନିଷର ଘନ ବ୍ୟବହାରେ

ବୃଥାହେବ ଏ ପରିମଳ ଯୋଜନା

ନିର୍ମଳତା ସୂର୍ଯ୍ୟାସ୍ତ ଦେଖିବ

ଉଦୟ କରି ଅନ୍ଧାରର ଇନ୍ଦ୍ରଧନୁ

ଭରିଦେବ ଶୂନ୍ୟ ନିଃଶ୍ୱାସ

ମୂଲ୍ୟହୀନ ଆଶ୍ୱାସନା

ଅଜ୍ଞତାର କଳ୍ପବୃକ୍ଷ ଲଗାଇ॥


ଦେଖୁଥିଲି ସ୍ୱପ୍ନ ମାହେନ୍ଦ୍ରବେଳାରେ

ମା' ମୋର ଶୁଣାଉଥିଲା ଲୋରି

ଖୁଆଉଥିଲା ସ୍ୱପ୍ରସ୍ତୁତ ନାନାଦି ଦରବ ବଳେଇ ବଳେଇ

କିଏ ଜାଣିଥିଲା..

ରାଧାମାଧବଙ୍କ ପୁଣ୍ୟମନ୍ଦିରର କର୍କଶ ଧ୍ୱନିଟା

ଭାଙ୍ଗିଦେବ ମୋ ସୁଖର ନିଦ୍ରା

ଚୁନାକରିଦେବ ସୁନେଲି ସ୍ୱପ୍ନ

ଅସମ୍ଭାଳ କ୍ଷୁଧା ଖୋଜୁଥିବ

ପଡୋଶୀଙ୍କ ମଗା ତିଅଣ

କିବା ଭକ୍ଷଣ କରିବ ଖୋଜିଖୋଜି

ଚକଚକିଆ ହୋଟେଲର ...

ଦୂଷିତ-ବିଷାକ୍ତ-ଅଖାଦ୍ୟ

ହାତକୁ ବଢେଇ..॥


ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍