ଦେଇ ଥିଲେ ପାଇ
ଦେଇ ଥିଲେ ପାଇ

ଦୁଇ ଭାଇ ଗରୀବ ବ୍ରାହ୍ମଣ ରହୁଥିଲେ। ବଡ଼ ଭାଇଙ୍କ ନାମ ରାମ ଓ ସାନ ଭାଇଙ୍କ ନାମ ଲକ୍ଷ୍ମଣ । ସେମାନେ ମୁଲ ମଜୁରି କରି ଚଳନ୍ତି। ଦିନେ ସେମାନେ ଜଙ୍ଗଲ ବାଟେ ଦେଇ କାର୍ଯ୍ୟ କରିବା ପାଇଁ ଯାଉଥାନ୍ତି। ସେମାନେ ପାଞ୍ଚ ଶହ ଟଙ୍କା ପାଇଲେ। ସେମାନଙ୍କୁ ଖୁସିରେ ବୁଦ୍ଧି ବାଟ କିଛି ଦେଖା ଯାଉନଥାଏ।ସେ ସମୟରେ ପାଞ୍ଚ ଶହ ଟଙ୍କା ବହୁତ । ସେମାନେ ସେଇ ଟଙ୍କାରେ ସବୁ ଘର ପାଇଁ ସାମଗ୍ରୀ ଓ ଖାଦ୍ୟ ଆଣିଲେ। କଥାରେ ଅଛି ବସି ଖାଇଲେ ନଈ ବାଲି ବି ସରେ। ସେମାନେ କିଛି କାମ କଲେ ନାହିଁ ।ସେଇ ଟଙ୍କାରେ ଦୁଇ ମାସ ଚଳିଗଲେ।ତା ପରେ ସେମାନେ କାମକୁ ବାହାରିଲେ।ବଡ଼ ଭାଇ ସାନ ଭାଇଙ୍କୁ କାମ କରି ପାରୁନୁ କହି ଚିଡୁ ଥାଏ।
ବଡ଼ ଭାଇ ଗୋଟିଏ ସହର ବାଟ ଦେଇ ଗଲେ ଏବଂ ସାନ ଭାଇ ଜଙ୍ଗଲ ବାଟେ କିଛି ଖାଦ୍ୟ ଓ ଜଳ ଧରି ଚାଲିଲେ।ସାନ ଭାଇ ଲକ୍ଷ୍ମଣ ଜଙ୍ଗଲ ବାଟେ ଯାଉ ଥିବା ବେଳେ ଦେଖିଲେ ଗୋଟିଏ ବୃଦ୍ଧ ଲୋକ ଟିଏ ଶୋଇଛନ୍ତି।ସେ ଭାରି ଭୋକିଲା ଦେଖା ଯାଉ ଥିଲେ ଓ ପାଣି ପାଣି ମୁହଁରେ ଉଚ୍ଚାରଣ କରୁଥିଲେ। ଲକ୍ଷ୍ମଣ ବୃଦ୍ଧ ଲୋକଟିକୁ ପାଣି ପିଇବା ପାଇଁ ଦେଲେ। ରଖିଥିବା ଖାଦ୍ୟରୁ କିଛି ମଧ୍ୟ ଖାଇବାକୁ ଦେଲେ। ଲୋକଟି ଖୁସି ହୋଇ ଆଶୀର୍ବାଦ ଦେଲେ ଓ ଧନ୍ୟବାଦ ଅର୍ପଣ କଲେ।। ଲକ୍ଷ୍ମଣ ଆଗକୁ ଚାଲିଲେ।
ବାଟରେ ଯାଉ ଯାଉ ହଠାତ୍ ଏକ ଶବ୍ଦ ଶୁଣି ବାକୁ ପାଇଲେ। ଲକ୍ଷ୍ମଣ ଶବ୍ଦ ଆସୁଥିବା ଦିଗକୁ ଚାଲିଲେ।ସେ ଦେଖିଲେ କେହି ଜଣେ କୂଅ ଭିତରେ ପଡିଛନ୍ତି।ସେ ବିପଦରେ ପଡି ବଞ୍ଚାଇବା ପାଇଁ ଡାକୁଛନ୍ତି। ଲକ୍ଷ୍ମଣକୁ ପ୍ରଚୁର ଭୋକ ହେଉଥାଏ।ସେ ନିଶ୍ଚିତ ଭାବରେ ଲୋକଟିକୁ ଉଦ୍ଧାର କରିବେ ବୋଲି କହିଲେ। ଲକ୍ଷ୍ମଣ ନିକଟରେ ଥିବା ଏକ ବରଗଛର ଲୋଟାକୁ ଧରି କୂଅ ଭିତରକୁ ଗଲେ ଏବଂ ବହୁତ କଷ୍ଟରେ ଲୋକଟିକୁ କୂଅରୁ ବାହାର କଲେ। ଲୋକଟିର ବହୁତ କ୍ଷତ ହୋଇଥାଏ , ଲକ୍ଷ୍ମଣ ତାଙ୍କ ଗାମୁଛା ଚିରି ଲୋକଟିର କ୍ଷତ ସ୍ଥାନରେ ବାନ୍ଧି ଦେଲେ। ଲୋକଟି ଲକ୍ଷ୍ମଣକୁ ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଅର୍ପଣ କଲେ। ଲୋକଟି ଲକ୍ଷ୍ମଣକୁ ତୁମେ କିଏ ଓ ଏଇ ଜଙ୍ଗଲ ଭିତରେ କ'ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଲକ୍ଷ୍ମଣ କହିଲେ ମୁଁ କାମ ଖୋଜିବାକୁ ଯାଉ ଥିଲି ଏଇ ବାଟ ଦେଇ। ମୁଁ ଗରିବ ଲୋକଟିଏ । ଆମେ ଦୁଇ ଭାଇ ,ବଡ଼ ଭାଇ ସହରକୁ କିଛି କାମ ଖୋଜିବାକୁ ଯାଇଛନ୍ତି। କିନ୍ତୁ ଆପଣ କିଏ? ଲୋକ ଜଣକ କହିଲେ ମୁଁ ଏ ରାଜ୍ୟର ରାଜା ପ୍ରଦ୍ୟୁମ୍ନ। ମୁଁ ତୁମକୁ ଏଇ ସୁନାର ହାର ଦେଉଛି ଏବଂ ତୁମକୁ ଆଉ କୈାଣସି କାମ ଖୋଜିବାକୁ ପଡ଼ିବ ନାହିଁ। ତୁମେ କାଲି ଠାରୁ ମୋ ରାଜ୍ୟର ମନ୍ତ୍ରୀ ଭାବେ ନିଯୁକ୍ତ ହେବ। ଲକ୍ଷ୍ମଣ ଏହା ଶୁଣି ବହୁତ ଖୁସି ହୋଇଗଲା।ସେ ଘରକୁ ଆସିଲେ।
ତେଣୁ କଥାରେ 'ଅଛି ଦେଇଥିଲେ ପାଇ ବୁଣି ଥିଲେ ଦାଇ', ତେଣୁ ଯଦି ଆମେ ଅନ୍ୟର ମଙ୍ଗଳ କରିବା ତେବେ ଆମକୁ ନିଶ୍ଚୟ କେହି ନା କେହି ସାହାଯ୍ୟ କରିବାକୁ ଆଗେଇ ଆସିବେ।
