ଦେହ
ଦେହ
1 min
283
ବୈଶାଖ ତତାଏ
ତାର ନିଦାଘରେ
ଶ୍ରାବଣ ଭିଜାଏ
ବରଷା ଟୋପାରେ ,
ଓଠ ଧାରେ ଫୁଟେ ହସ
ଆବେଗତା ଅବସରେ
ପୁଣି ଦୁଃଖ ଦହନ କାଳରେ
ଅବା ଫଗୁଣର ...
ଫାଲ୍ଗୁନୀ ବାସରେ ।
ଆଖି ଧାରେ ବହେ ଲୁହ
ଆଶା ହୃଦ ରୁଦ୍ଧତାରେ
ବିଷାଦର ମୁହୂର୍ତ୍ତରେ ,
ବିଳାସ ଜ୍ୟୋତ୍ସ୍ନା ବିକଳ
ଇନ୍ଦ୍ରିୟାଦି ବିଳାପରେ ।
ସବୁ ସେ ହସୁଛି
କାହିଁକି ନା ସବୁ ସେ ଭୁଞ୍ଜୁଛି ,
ଅନନ୍ତ ନବଶ୍ଚୁମ୍ଭୀ ଆଶାର
ବିରହୀ କାତର ସାଜି
ଚେତନାର ପ୍ରସ୍ତାବରେ
ନ୍ୟାୟେ ଘାଣ୍ଟି ହେଉଅଛି ।
ଏନ୍ତୁଡିରୁ ଯୁଇ ଯାଏ
ଭୋଗର ଲାଳସାରେ
ଏ ତ ଆଶ୍ରୀତ ପ୍ରାର୍ଥୀଟିଏ,
ନିଆଁରେ ଜଳି ପାଉଁଶ
ମୁହୂର୍ତ୍ତେ ହୁଏ ସେ ଭସ୍ମ
ଅହରହ ଅଣଶ୍ଵାସ
କର୍ମରେ ତଉଲା ହୁଏ ।
