Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଦେବସେନା-୪୬

ଦେବସେନା-୪୬

1 min
6.5K


ଦେବସେନା-୪୬
 
ନାରୀ-ତୁମେ ଯାଜ୍ଞସେନୀ
 
ତୁମେ ଅଗ୍ନିରୁଜାତ ଯାଜ୍ଞସେନୀ, ଖଞ୍ଜି ଦେଇଛନ୍ତି ବିଧାତା 
ଶକ୍ତି,ତୁମ ଠାରେ
ଭିଜା ତକିଆର ଆକ୍ରନ୍ଦନ ବି
ଶୁଣି ପାର
ଶେଯର ଚାଦର ସହ କାମନାଗ୍ରସ୍ତ ପୁରୁଷ ବି,
ବଦଳି ପାରେ ,
ସମର୍ପିତା ତୁମ ନାମ ଦ୍ଵିତୀୟ---------!
 
ଦ୍ରୌପଦୀ ଅଗ୍ନିହୋତ୍ରୀ ଯାଜ୍ଞସେନି, 
ପବିତ୍ର ବେଦମନ୍ତ୍ରସିକ୍ତ ଶରୀର ତୁମ,
ତୁମେ ନାରୀ ରତ୍ନଗର୍ଭା ବସୁନ୍ଧରା,
ଅଳକାନନ୍ଦା
ଭିଜା ତକିଆ ବି ଭିଜି କହେ 
ତୁମ କାହାଣୀ କୋହର-----!!
 
ତୁମେ ରଚିପାର ଯୁଦ୍ଧ,
ମହାଭାରତ,
ଅଷ୍ଠପଟ୍ଟ ମହିସୀଙ୍କ ସମ୍ମୁଖରେ,
ଧରି ପାର ରକ୍ତିମ ଅଧର ମଧ୍ୟେ  
ରକ୍ତ ଧାବିତ ସଖା କୃଷ୍ଣଙ୍କ ଅଙ୍ଗୁଷ୍ଟି 
ପଵିତ୍ରା-ନାମ ତୃତୀୟା
ଚିରି ଦେଇ କାନି ବାନ୍ଧି ପାର ବନ୍ଧନ,
ନାରୀ-ତୁମେ ଯାଜ୍ଞସେନୀ,
ଶ୍ରେଷ୍ଟି-ଦେବସେନା
 ପୋୖରୁଷ ପ୍ରତୀକ ତୁମେ ଲାଗି ହେଉଥିବା 
ନିତି ମଥା ବିନ୍ଦିଆ-----------!!!
 
©®କାଶ୍ୟପ,
ରାୟଗଡା ।
 
 
 
 


Rate this content
Log in