ଦେବସେନା-୨୮
ଦେବସେନା-୨୮
1 min
6.5K
ଦେବସେନା-୨୮
#ବର୍ଷାର ଫେରିବା ପ୍ରତୀକ୍ଷା
ଶବ୍ଦ ତ ହଜେନି, ନୀରବତା ଖୋଜେ ଶବ୍ଦକୁ
କବି ତୁମ ଆକାଶ ଯେ ନିରବ,
କୁହ ତ ଆକାଶ ଯେ ଆଉ
କେତେ ହୋ ହାଲ୍ଲାଗୁଲ୍ଲା କରିଥାନ୍ତ,
ଆସିଛି,
ବର୍ଷା-ଅନାମିକା ବୋଲି-!
ବର୍ଷା-ପଥର ପାଞ୍ଚାଳୀ
ଦେବସେନା, ଯାଜ୍ଞସେନି
ପାରେନା ଛାଡି ମାଟିର ମାୟା
ହେଲାଣି,
ପାଗଳି ପ୍ରାୟ ନିରାବତାକୁ ଆପଣାଇ--!!
ନିଶିକାନ୍ତ ବିଚରା ଶିକାର
ଚକ୍ରବ୍ୟୁହରେ
ଯିବା ରାସ୍ତା ତା ଲାଗି ଖୋଲା,
ହେଲେ ଫେରିବା ଜାଣେ ନି ଯେ ପ୍ରେମପଥ ଏକମୁହାଁ,
ଯେତେବେଳେ ବଢେ,ସିନା ଦେହରେ ତାତି, ଖୋଜେ ଅନାମିକା
ବର୍ଷା ,ନିଶିକାନ୍ତଙ୍କୁ ଆକାଶ ବକ୍ଷରେ,ବାହୁନି ବାହୁନି,
ମେଘ ଆଢୁଆଳେ,
ଲୁଚି ଯାଏ, ନିଶିକାନ୍ତ କାଳେ,
ବର୍ଷା-ଅନାମିକା ବିଜୁଳି ସହ ମିଶି ଜାଳି ପୋଡ଼ିଦେଵ ତା ଆକାଶ,
ତଥାପି,
ପ୍ରତୀକ୍ଷା-ଅନାମିକା-ବର୍ଷା ଫେରିବା ବାଟର-----!!!!
©®କାଶ୍ୟପ,ରାୟଗଡା