STORYMIRROR

Anam Charan Sahoo

Children Stories Others

3  

Anam Charan Sahoo

Children Stories Others

ଦେବଦୂତ

ଦେବଦୂତ

1 min
332

ଶ୍ୟାମ ଦୁର୍ବାଦଳେ ଯେ ମହୀ ଶୋଭିତ

ସେହି ଧରାବକ୍ଷେ ହୋଇଅଛୁ ଜାତ 

ନନ୍ଦନବନର ଆମେ ନବକଳି

ତମସା ନାଶିବୁ ଜ୍ଞାନାଲୋକେ ଜଳି ।


ଆମ ସୁରଭିରେ ସୁରଭିତ ବିଶ୍ଵ

ଦୁଃଖି ଅଧରରେ ଖେଳାଇବୁ ହସ

ଭୋକିଲା ଉଦରେ ନରହିବେ କେହି

ମାତା ପାଦତଳେ ନଇବେଦ୍ୟ ସେହି ।


ଅସ୍ତ୍ର ଅଟେ ଆମ୍ଭ ଅହିଂସା ମନ୍ତର

ହୋଇବୁ ସାରଥୀ ବିଶ୍ଵ ପ୍ରଗତିର

ଅନ୍ୟାୟ ଅନୀତି ଶୋଷଣ ଦୁର୍ନୀତି

ପରାଜିତ କରି ଯେତେ ମନ୍ଦ ମତ୍ତି ।


ଶିଶୁରୁପି ଆମ୍ଭେ ଅଟୁ ଦେବ ଚର

ଶାନ୍ତି ପ୍ରେମ ବାର୍ତ୍ତା କରିବୁ ପ୍ରସାର ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ