ଦେବଦାସୀ
ଦେବଦାସୀ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଘୁଙ୍ଗୁର ଆଜି ଅଧୀର ମୋର
ନାଚିବାକୁ, ତୋ ଆଗେ କଳାଠାକୁର |1|
ଦେବଦାସୀ ମୁଁ ତୋର, ତୋ ନାମେ
ପିନ୍ଧେ ମୁଁ ଶଙ୍ଖା ସିନ୍ଦୂର| 2|
କାଳିଆରେ ତୋ ବିରହେ, ମୁଁ ଆଜି ଅଧୀର
ଆଖିର ଲୁହ ମୋର ଝରେ ଝର ଝର|3|
ନାହିଁ, ଆଜି ସେ ନାଟ୍ୟମଣ୍ଡପେ ଗୀତଗୋବିନ୍ଦ
ର ତାଳରେ ଗୀତରେ ଗୀତ ଆଉ ଛନ୍ଦ |4|
ଆଉ କି, ଭଲ ଲାଗେ ନାହିଁ କାଳିଆ
ଦେବଦାସୀର ଗୀତଗୋବିନ୍ଦ ତାଳରେ,
ନାଚ ମ
ନଲୋଭା, କି ଦୋଷ କରିଲି
ଆଜି ବନ୍ଦ ସବୁ କିଛି ତୋ ପାଖେ
ମୋର ଭକ୍ତି ପୁଷ୍ପାଞ୍ଜଳି |5|
ହେଲେ ମନର ମନ୍ଦିରେ ଘର ତୋହର
ତାକୁ କି ରୋକି ପାରିବ ଏ ସଂସାର |6|
ତୋ ଭାବରେ ମୁଁ ବନ୍ଧା
ତୁ ମୋ ସୁହାଗ ସିନ୍ଦୂର |7|
ନାହିଁ ଆଜି ଦେବଦାସୀର ପ୍ରଥା
ହେଲେ ସବୁ ଭକ୍ତର ମନ ଆଜି ଉଚ୍ଛନ୍ନ
ନାଚି ନାଚି ଗାଇ ବାକୁ ତୋ ଭକ୍ତିର ଜୟଗାନ |8|
ମୁଁ ସିନା ନାହିଁ, ଆଜି ହେଲେ ଦେବଦାସୀର ଶବ୍ଦଟି
ରହିଛି ରହିବ କାଳିଆରେ, ତୋ ଶ୍ରୀମନ୍ଦିର ଥିବା ଯାଏ |9|