ଦେବଭୁମି ଦେବଗଡ
ଦେବଭୁମି ଦେବଗଡ
ବାମଣ୍ଡା ରାଇଜ କଟକ ଆମ ,ଦେବଭୂମି ଦେବଦୁର୍ଗ ଦେବଗଡ
ସାହିତ୍ୟର ଖଣି ସଂସ୍କୃତିର ମଣି,ଉଜ୍ଜୟନୀ ବୁଧ ହଂସ କେଳିସର ।
ଆମଦେବଗଡ ଜିଲ୍ଲା ଅତି ମହାନ,ରାସ୍ତାଘାଟ ପଥ ଅତିସୁଗମ
ପ୍ରଧାନୀ ମାଆ ଯାହାର ସାହା, ତା ମଳୟ ନୀର ଅତିସୁଷମ ।
ଯେଉଁ ନାଆ ର କେତେ ମହାତ୍ମ୍ୟ, ନାନା ମତେ ହୁଏ କେତେ ପ୍ରଚାର
ଦେବତାଙ୍କ ଗଡ ବୋଲି ସତେ ସିନା,ଦେବଗଡ ନାମ ହେଲା ତାହାର
ପର୍ବତ ପାହାଡ ସବୁଜ ବନାନୀ,ଏହି ସହରରେ ରହିଛି ଭରି
ପ୍ରଧାନପାଟେଶ୍ୱରୀ ଅଧିଷ୍ଠାତ୍ରୀଦେବୀ ସଦା ଶୁଣନ୍ତି ଆମ ଗୁହାରୀ ।
କୈଳାସ ପର୍ବତେ ସଦା ଶୋଭିତ,ଐତିହ୍ୟ ଝରଣା କୋରଡକଟ
ସୁରମ୍ୟ ନିବାସ ଲଳିତ ବସନ୍ତ,ପ୍ରଧାନପାଟର ଅଟେ ମୁକୁଟ ।
ଅନତୀ ଦୂରେ କୁଳୁକୁଳୁ ନାଦେ,ବହଇ ବ୍ରାହ୍ମଣୀ ସ୍ଥିର ଗତିରେ
ବାଳିଆ ଗୋହିରା ଟିକିରା ସାଥିରେ,ମିଳନ ଶୋଭା ମନକୁ ଘାରେ ।
ଦୋଳ ପୂନେଇ କୁ ରଜ ମଉଜ,ଦଶହରା ସଂଗେ ଗୁଣ୍ଡିଚା ଯାତ
ଗଣେଷମେଳା ନବାନ୍ନ ମେଲଣ,ମକରରେ ହସେ ପ୍ରଧାନପାଟ ।
ପ୍ରକୃତି ସମ୍ଭାର ପାଉଡି ଜାତି,ଆଦିବାସୀ ବୋଲି ସଦା ବିଦିତ
ତା କୋଳେ ଜନ୍ମିତ ନିରୀହ ସନ୍ତାନ,ସ୍ନେହ ସମ୍ପର୍କରେ ବନ୍ଧା ସତତ ।
ପୂଜା ପାଆନ୍ତି ପାଚଂଖଣ୍ଡା ମାଆ ରମ୍ଭାଦେବୀ ଆଉ ଶରଣୀପାଟ
ଝାଡେଶ୍ୱର ବାବା ଗୋକେର୍ଣେଶ୍ୱରଙ୍କୁ ଦେଖିବାକୁ ହୁଏ ମନ ଉଚ୍ଚାଟ ।
ଉତ୍କଳର ସତେ ଉଜ୍ଜୟନୀ ଅଟଇ ବାସୁଦେବଙ୍କ ରାମରାଇଜ ଏହି
ଶିକ୍ଷା ସଂସ୍କୃତିକୁ ବାହାବା ଦେଇଣ ରଚିଲେ କିରତୀ ବାମଣ୍ଡା ସାଇଁ ।
ଜନ୍ମଭୂମି ଆଉ କର୍ମଭୂମି ମୋର ଶୁଦ୍ଧପୂତ ଦେବଗଡ ସହର
ଲକ୍ଷ୍ମୀବନ୍ତ ଏଇ ଆମ ଜିଲ୍ଲା ମାଟି ତା ଚରଣେ ମୋର କୋଟୀ ଜୁହାର ।
