STORYMIRROR

Sadananda Sahoo

Others

3  

Sadananda Sahoo

Others

ଦେବାଂଶୁର ଜନ୍ମୋତ୍ସବ

ଦେବାଂଶୁର ଜନ୍ମୋତ୍ସବ

1 min
118


 ଆହେ ଜଗନ୍ନାଥ ଦିଅ ଆଶିର୍ବାଦ

   ସ୍ଵନକ୍ଷତ୍ର  ମହାପର୍ବ ;

ନିରିମାଖି ଶିଶୁ ଦେଵାଅଂଶୁ ବିଭୁ 

   ତୁମ୍ଭରି ସ୍ଵୀକୃତ ଧନ !!


ଟିକିହସ ଫୁଲ  ଅମୂଲତା'ମୂଲ

   କୁଳର ଚନ୍ଦ୍ରମା ସୁତ ;

ଆସିଛି ସରାଗେ ବୈଜୟନ୍ତୀ ହସେ

   ଅମୂଲ୍ୟ ବଳିଷ୍ଠ ବିତ୍ତ !!


 ପିତା ଲକ୍ଷ୍ମୀଧର ମୋ'ଓଠରେ ହସ

    ସମର୍ପିଲ  ଜଗନ୍ନାଥ ;

ବୁଝି ମନଭାଷା ଭରିଦେଲ ଆଶା

    ଆହାକି ଦରଦ ଭାବ !!


 ଜ୍ୟେଷ୍ଠପିତା ତୋ'ର ରାମଚନ୍ଦ୍ର ଦେବ 

   ଢାଳିବେ ଶରଧା ଫୁଲ ;

ଦେବାଂଶୁ ପୁତୁରା ନୟନର ତାରା 

   ଦିବାନିଶି ହେବ ଗେଲ !!


 ଉମାମଣି ମାମା ସ୍ନେହଁର ବଡ଼'ମା 

    ସରାଗେ ଧରିବ କୋଳେ ;

  କୁଳର ନନ୍ଦନ ଦେବାଂଶୁ ବିଭବ

     ଜନମିଛି  ଧର୍ମବଳେ !!


 ଟୁଲୁ ଟଟ ପଙ୍କି ସୂଚୀ ଶୁଭ କୁର୍ତ୍ତି 

    ମାମୁଁ ଗଣ  ସର୍ବେ ଖୁସି   ;

ଅସୁମାରୀ ସ୍ନେହଁ କରିବେ ଅର୍ପଣ 

   ଦେବାଂଶୁ'ତ ଦବ ହସି  !!


ଶ୍ୟାମଦେବ ଅଜା ଆଶିର୍ବାଦେ ସଦା 

    ଖୁସିରେ ବିଭୋର ଆଜ ;

ସୁନାନାତି ଧନ ଦେବାଂଶୁ ସମ୍ପଦ 

    ଅରଜିବ ଖ୍ୟାତି ସତ !!


ରେଣୁବାଳା ଆଈ ସୁନାନାତି ଛାଇ 

   ଦେବାଂଶୁ'ର  ଅନ୍ତରଙ୍ଗ ;

ଆଈ ସାଥେ ନାତି ବିଧାତା ଯୋଡିଚି 

   ଆକାଶେ ଲାଗିଛି ରଙ୍ଗ !!


ସୁନାର ଘରଣୀ ବୈଜୟନ୍ତୀ ରାଣୀ 

    ଆହାକି ତା'ସମର୍ପଣ ;

ମହାପାତ୍ରକୁଳ ଗୌରବ ବିଶେଷ 

   ସୁଜି ହେବନି ତା'ଋଣ !!


 ଲକ୍ଷ୍ମୀଧର ସ୍ନେହ ବୈଜୟନ୍ତୀ ହସ

     ଉଛୁଳି ପଡୁଛି ଆଜି ;

ସମୃଦ୍ଧି ପରବ  ନଵ ଜାତକର 

   ଦେବାଂଶୁ ନାମକୁ ଭଜି !!


ଜଗନ୍ନାଥ ନାମ ବୋଲହେ' ସରବେ 

    ସର୍ବସୁଖ ହେବଲାଭ;

ହସିବ ରତନ  ଆମ ଟିକିଫୁଲ

   ଦେବାଂଶୁ କୁଳ ନନ୍ଦନ  !!


Rate this content
Log in