STORYMIRROR

Madhabi Patel

Others

3  

Madhabi Patel

Others

ଡଙ୍ଗା

ଡଙ୍ଗା

1 min
189


ଜୀବନ ଡଙ୍ଗାର ନାଉରୀ ତୁମେ ତ

ସମୁଦ୍ରେ ଦେଇଛି ମେଲି।

ଝଡ ବରଷା କି ବିପଦ ପଡିଲେ

ସାହା ତୁମେ ହେବ ବୋଲି।

ଅଜଣା ପଥର ନଉକାଟିଏ ମୁଁ

ଲକ୍ଷ୍ୟ କାହିଁ ଜାଣି ନାହିଁ।

ତୁମରି ଭକତି ଆଶ୍ରା କରି ଭାବେ

ଦିଗବଳୟ ଯିବି ଛୁଇଁ।

କର୍ମ କରିଯାଏ ଉର୍ଜା ଭରିଯାଏ

ତୁମ କଥାଦେଲେ ଭାବି।

ତୁମେ ଥିଲେ ସାଥେ ଏ ଅଜଣାପଥ

ନିଶ୍ଚେ ମୁହିଁ ଲଙ୍ଘି ଯିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍