ଡଙ୍ଗା ଦେଲା ଦୁଃଖ
ଡଙ୍ଗା ଦେଲା ଦୁଃଖ
ଆ,କା,ମା,ବୈ......
ପାନ ଗୁଆ ଥୋଇ...,
ଆଜି କରିଛି ମୁଁ ପୁଣ୍ୟ
କାର୍ତ୍ତିକ ବୁଡ଼ ଦେଇ ।।
କାର୍ତ୍ତିକ ମାସେ ଆମିଷ ଛାଡି
କରିଅଛି ମୁଁ ହବିଷ,
ବୋଇତ ବନ୍ଦାଇ ପୁଣ୍ୟ କରି
ମନେ ଆଣିଛି ମୁଁ ହରଷ।।
ଆମ ପୂର୍ବ ପୁରୁଷ ଗର୍ଵ ଆମ ପାଇଁ
ଯାଉଥିଲେ ଆଜି ଦୂର ଦେଶକୁ,
ବାଣିଜ୍ୟ କରି ଧନ ନେଇ
ଫେରୁଥିଲେ ଆଷାଢେ ପୁଣି ଘରକୁ।।
ଜାଭା,ସୁମିତ୍ରା ଭଳି ଦୂରଦେଶକୁ
ଯାଉଥିଲେ ସେମାନେ କାର୍ତ୍ତିକରେ,
ଯାଉଥିଲେ କାର୍ତ୍ତିକମାସରେ
ଆସୁଥିଲେ ପୁଣି ଆଷାଢ଼ରେ।।
ମନେ ଥାଏ ଅନେକ ଇଚ୍ଛା
ଘରକୁ ଫେରିବା ଆସିବାକୁ,
ତେଣୁ ତାଙ୍କୁ ମନେ ପକାଇ
ଯାଇଥିଲି ନଦୀ ତିରେ ଡଙ୍ଗା ଭସାଇବାକୁ।।
ତେଣୁ................!!!!
ସକାଳୁ ସଅଳ ଉଠି
ଧାଇଁଲି ନଦୀ ପଠାକୁ,
ହାତରେ ଥାଏ ଡଙ୍ଗା ଟିଏ
ନଦୀରେ ଭସାଇବାକୁ।।
ସକାଳେ କାର୍ତ୍ତିକ ବୁଡ଼ ଦେଇ
ଡଙ୍ଗା ଟିଏ ଭସାଇ ଦେଲି,
ଡଙ୍ଗା ନ ଭାସିବାରୁ
ମୁଣ୍ଡରେ ହାତ ଯେ ଦେଲି ।
ଆଜି ଭାସି ଯାଉନି ମୋ ଡଙ୍ଗା
ବୋଧେ ସେ ରୁଷି ଯାଇଛି,
ଢଳଢଳ ଢେଉରେ ସେ ଆଜି
ନ ଭାସି ରହି ଯାଉଛି।।
ଡଙ୍ଗା ଉପରେ ପାନ ,ଗୁଆ
ଦୀପଟିଏ ଜାଳି ଦେଇଛି,
ମନରେ ପୂଣ୍ୟ ନେଇ
ଡଙ୍ଗା ଟିଏ ଭସାଉଛି।।
କେଡେ ଖୁସି ହୋଇ
ଯାଇଥିଲି ନଦୀ ତୀରକୁ,
କିନ୍ତୁ ମୋ ଡଙ୍ଗା ନଭାସି
ଦୁଃଖ ଦେଲା ମୋ ମନକୁ...।
ଦୁଃଖ ଦେଲା ମୋ ମନକୁ..।
ଯାଉଯାଉ କାହିଁକି ଅଟକିଲା
ମୋ ଡଙ୍ଗା ଆଜି,
ନ ଯାଇ ମୋ ଡଙ୍ଗା ସତେ
ଆସିଲା ମୋ ମନେ ଦୁଃଖ ସାଜି।।
ଦୁଃଖ କଥା ଦୁଃଖେ ନେଇ
ଫେରିଲି ମୁଁ ଘରକୁ,
ଘଟୁଥିବା ସବୁ ଘଟଣା
କହିଲି ଯାଇ ବାପାଙ୍କୁ।।
ବାପା କହିଲେ କରନାହିଁ ଚିନ୍ତା
ସକାଳେ ଯାଇ ଦେଖି ଆସିବା,
ଯଦି ଡଙ୍ଗା ଅଟକିଛି
ପୁଣି ଯାଇ ତାକୁ ଭସାଇବା ।।
ସକାଳ ହେଲା ଦେଖୁ ଦେଖୁ
ଆଲୋକିତ ହେଲା ପୃଥିବୀ,
ସଙ୍ଗେ ସଙ୍ଗେ ଦେଖୁ ଦେଖୁ
ଆସିଲେ ଧାରାକୁ ରବି।।
ସକାଳ ହେବାରୁ ବାପା ଓ ମୁଁ
ନଦୀତୀରେ ଯାଇ ଠେକିଲୁ,
ସେଠାରେ ଆମ୍ଭେ ଯାହା ଦେଖିଲୁ
ଆମେ ଦୁହେଁ ମୁଣ୍ଡରେ ହାତ ଦେଲୁ।।
ଆଖି ଦେଖିଲା ନଦୀ ଯାକ
ପୁରିଛି ଖାଲି ଆଳିଆରେ,
ସେଥିପାଇଁ ପରା ମୋ ଡଙ୍ଗା
ଅଟକିଛି ତା ମଧ୍ୟରେ......।।
ଆମେ ଦୁହେଁ ଯାଇ ଖୋଲିଲୁ
ସବୁ ଅଳିଆ ଆବର୍ଜନା,
ସବୁ ସଫା ସୁତୁରା କଲୁ
ଅଳିଆ କରିବାକୁ ବାପା କଲେ ମନା।।
ପୁଣି ଆମେ ଦୁହେଁ
ଡଙ୍ଗା ଭସାଇଦେଲୁ,
ମନ ଆନନ୍ଦେ ଖୁସି ହୋଇ
ଘରକୁ ଦୁହେଁ ଫେରିଲୁ।।
ସପଥ କଲି ମୁଁ ସେବେ
କେବେ ଅଳିଆ ନ କରିବି,
ସଫା, ସୁତୁରା ସ୍ୱଚ୍ଛତା ବାର୍ତ୍ତା
ସାରା ସଂସାରେ ବାଣ୍ଟିବି।।