STORYMIRROR

Abhakanta None

Others

3  

Abhakanta None

Others

ଢିଙ୍କି ଦେ ଦୁଲୁକାଇ ଲୋ

ଢିଙ୍କି ଦେ ଦୁଲୁକାଇ ଲୋ

1 min
13.4K


(ସେ ଦିନଟା କାହିଁକି ମନେ ପଡିଲା ମ)

ଢିଙ୍କି ଦେଏ ଦୁଲୁକାଇ ଲୋ (ତୋ) ସମା କୁଟେ ଧାନ

ଢିଙ୍କି ଲାଞ୍ଜି ଚଢି ଦି ସଉତୁଣୀ ଖାଆନ୍ତି ମହତା ପାନ

ଆଜି ମନେପଡେ ସେଇ ଦିନ......ଢିଙ୍କି ଦେ....

ବଡ଼ଭାଉଜର ମୁଁ ଥିଲି ନଣନ୍ଦ ମୋ ଭଉଣୀ ଥିଲା ସାନ

ତେଣୁ ମୋର ଭାଉ ସଞ୍ଚିଥିଲା ଗଉଁ କରୁଥିଲି ବୋଲ ମାନ

ଦିନେ ଭାଉଜୋଉ କହିଲେ ହେ ଅରୁ ! କୁଟୁଣୀଙ୍କୁ ଡାକି ଆଣ

କହିଲେ ଜଲଦି ଆସିଲେ କୁଟିବେ ଦି'ବସ୍ତା ଉଷୁନା ଧାନ

ଯାଇ କହିଥିଲି ଖରାବେଳଟାରେ

ଆସିଲେ ସେ ଦିଇ ଜଣ ..... ଢିଙ୍କି ଦେ....

କାଣୀକଚ୍ଛା ମାରି କସ୍ତା ଲୁଗା ପିନ୍ଧି କଳେ ଜାକିଥିଲେ ପାନ

କେତକୀ ଖଇର ଚୁଆଦଳା ଗୁଣ୍ଡି ବାସୁଥିଲା ଘନ ଘନ

ବେଳ ରତରତେ ଧାନସବୁ କୁଟା ସରିଥିଲା ସେଇ ଦିନ

ଆଜି ଦୁଇ ବୁଢୀ ହେଲେଣି ଧେତେଡୀ ଶାଢି ପିନ୍ଧନ୍ତି ସିଫନ

କାଣୀକଚ୍ଛା ନାହିଁ ବୁଲେଇ ପିନ୍ଧନ୍ତି

କାହିଁ ଗଲାରେ ସେ ଦିନ.......ଢିଙ୍କି ଦେ.......

ହଅଁ ମୋର ନିଶ ଗଜୁରୀ ନ ଥିଲା ଆଜି ଦାଢି ଚୁନ ବର୍ଣ୍ଣ

ଢିଙ୍କି ଆଉ ନାହିଁ ଧାନକଳେ ଯାଇ କୁଟାହୋଇଲାଣି ଧାନ

ମୁଉଁତ ରହିଛି ସେଦିନେ ଦେଖିଛି ତେଣୁ ଭାବିହୁଏ ମନ

ଢିଙ୍କି ସାଥେ ଗଲା ଗାଆଁ ସାରା ଗପ ଢଗଢ଼ମାଳିର ତାନ

ସେଦିନୁ ଜିଇଁଛି ଆଜି ଜିଇଁବାରେ

କାହିଁକି ଉଚ୍ଚୁଟେ ମନ......ଢିଙ୍କି ଦେ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍