ଡାକବାଲା
ଡାକବାଲା
ଚାହିଁ ରହୁଥିଲି ଡାକବାଲାଟିକୁ
କେତେ ନୂଆ ଆଶା ନେଇ
ପ୍ରିୟାର ସୁନେଲୀ ସ୍ଵପ୍ନ ଦେଖେ ସଦା
ହାତ ଲେଖା ଚିଠି ପାଇଁ ।
ଦୂରୁ ଦୁରାନ୍ତରେ ରହିଛି ମୋ ପ୍ରିୟା
ଚିଠି ପତ୍ର ଦିଆ ନିଆ
କାନେ କହିଥିଲି ଚିଠି ନିତି ନିତି
ଦେଇ ରହୁଥିବ ପ୍ରିୟା ।
ମନ ରହୁଥିଲା ଡାକବାଲା ପାଶେ
ଆସି ଦେଇ ଯାଉ ବେଗେ
ଟିକିଏ ବିଳମ୍ବ ହୋଇଲେ କେଜାଣି
ମନ ଭଲ ନାହିଁ ଲାଗେ ।
ବରଷା ,ବତାଷ ଆସିଲେ ଆସୁ ତ
ଟିକିଏ ନଥାଏ ଭୟ
ସଭିଙ୍କ ପାଖରେ ପହଞ୍ଚାଇ ଦିଏ
ଡାକ ରଖିଥାଏ ଲୟ ।
ଖାକି ପୋଷାକରେ ପଗଡ଼ିଟେ ବାନ୍ଧି
ଖରାକୁ ନ ଦେଖି ଚାଲେ
କାହାକୁ କେତେଟା ଚିଠି ଗଣି ଗଣି
ସାଇକେଲଟାରେ ବୁଲେ ।
ସରଳିଆ ପଣ ଥାଏ ତା ଜୀବନ
ଅନ୍ୟର ସେବାରେ ବ୍ରତୀ
ବହୁ ଲୋକଙ୍କର ପ୍ରିୟ ସାଜି ବସେ
ସଭିଏ ଝୁରନ୍ତି ଅତି ।
ହସର ଲହରୀ ଖେଳି ଯାଉଥିଲା
ଡାକ ବାଲା ଡାକେ ନିଅ
ଡାକ ବାଲା ଡାକ ଶୁଣିବାକୁ ସୌକ
କହିଥାଉ ଟିକେ ରୁହ ।
