STORYMIRROR

Ajay kumar Behera

Others

4  

Ajay kumar Behera

Others

ଦ୍ବି'ଛକିରେ ଜୀବନ

ଦ୍ବି'ଛକିରେ ଜୀବନ

1 min
317


କି ବାଳୁତ କି ବୃଦ୍ଧ

ଅବସ୍ଥାଟିଏ

ଗୋଟିଏ ରୂପରୁ

ଅନ୍ୟ ରୂପକୁ

ରୂପାନ୍ତରିତ ହୁଏ.......


ସମୟ ସ୍ରୋତରେ

ସବୁ ବଦଳି ଯାଏ

ଛନ୍ ଛନ୍ ଯୌବନ

ବାର୍ଦ୍ଧକ୍ୟେ ପୁଣି କଷ୍ଟ

ଭୋଗୁ ଥାଏ............


ସଜ୍ୱଳ, କଜ୍ଜ୍ଵଳ ପୁରିତ

ଚନ୍ଦ୍ରବଦନୀ

ଚିକମିକ କରେ

ପରି ଚାନ୍ଦିନୀ................


ଉତ୍ଫୁଲ୍ଲିତ ମନେ

ତରଙ୍ଗାୟୀତ ହୁଏ

ମହ ମହ ବାସି

ମନ ମହି ସେ ନିଏ

ସୁଠାମ,ବଳିଷ୍ଠ

ଚେହେରା ପାଇ

ବାହୁ ବଳେ ଯିଏ

ହୁଏ ଦିଗବିଜୟୀ..............


ଦଶ ଦିଗେ ହୁଏ

ବିଜୟ ତାର

କ୍ଷଣିକେ ପୁଣି

ଲିଭି ଯାଏ

ଜୀବନ ଦୀପ ଯାହାର.........


ଦ୍ବି ଛକିରେ ଜୀବନ

କେବେ ଲୋଡ଼େ

ମାନ ,ସମ୍ମାନ

ନ ମିଳିଲେ

ପୁଣି କେବେ ହୁଏ ସେ

ହୀନିମାନ...................


ମଧୁର ସମ୍ପର୍କ

ଏଠି ଅଙ୍ଗାର ହୁଏ

କହରେ ହୃଦୟ କା

ଚିରି ଯାଏ

ଆଖିର ଲୁହ

ଅସରା ମେଘ ହୋଇ

ଝିପି ଝିପି ସେ

ବରଷି ଯାଏ ...............


ଶ୍ୱେତପଦ୍ମା ହୁଏ

ଶ୍ଵେତବସ୍ତ୍ର ପରିହିତା

ଲିଭି ଲିଭି ଯାଏ ତାର

ଜୀବନ ସୂତା

ସତେ କି ଦାରୁଣ

ଦ୍ବି ଛକିରେ ଜୀବନ

ଏଠି ସପନ ଦେଖିବା ମନା

ଦେଖିଲେ ସପନ

ଆତ୍ମବିଭର ହୋଇବା

ସତେ ଅବମାନନା..............


କିଏ ଜାଣିଛି

କେତେବେଳେ

କଣ ଘଟିବ

ଅକାଳେ ଜୀବନ

ଲୋଟି ପଡ଼ିବ

ମହମହ ବାସୁ ବାସୁ ପୁଣି

ଘନ ଅନ୍ଧକାର

ମାଡି ଆସିବ...........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍