ଦାୟିତ୍ୱ
ଦାୟିତ୍ୱ

1 min

230
ଦୁର୍ଲଭ ଜନମ ମଣିଷ ଜୀବନ
ସଂସାର କର୍ତ୍ତବ୍ୟ ପଥେ
ଜୀବନ ପାହାଚେ ଦାୟିତ୍ୱ ନାମଟି
ସହଜେ ବାଣ୍ଟିବା ସାଥେ ।
ପିତା ମାତା ସଦା ଦାୟିତ୍ୱ ନିଭାନ୍ତି
ସନ୍ତାନ ଉନ୍ନତି ପାଇଁ
ଶିକ୍ଷକଙ୍କ ଦାୟିତ୍ୱ ଶିକ୍ଷା ପ୍ରସାର
ଦାୟିତ୍ୱ ବିଦ୍ୟାର୍ଥୀ ପାଇଁ ।
ଦେଶର ରାଜା ଦେଶହିତ ପାଇଁତ
ପ୍ରଜା କର୍ତ୍ତବ୍ୟ ରେ ବନ୍ଧା
ସୃଷ୍ଟିର ଦାୟିତ୍ୱ ସ୍ରଷ୍ଟାଙ୍କ ହସ୍ତରେ
ପ୍ରଭୁ ସାଥେ ଜୀଵ ଛନ୍ଦା ।
ପରସ୍ପର ଦାୟିତ୍ୱ ସର୍ବେ କରନ୍ତି
ପ୍ରତୀକ୍ଷା ନୁହେଁତ କେହି
ସାଧନା ସଂକଳ୍ପ କର୍ମରେ ଜାଗ୍ରତ
ଶ୍ରେଷ୍ଠ ଜୀଵ ନର ଦେହି ।
ସମର୍ପଣ ଭାଵ କର୍ତ୍ତବ୍ୟ ବୋଧରେ
ନୂଆ ଉଦ୍ଦିପନା ଭରି
ଆଦର୍ଶ ଜୀବନ ଏକାନ୍ତ ଜରୁରୀ
ଦାୟିତ୍ତ୍ୱେ କର୍ମ କରି ।