STORYMIRROR

Shubhra Suchitra Mahanta

Others

2  

Shubhra Suchitra Mahanta

Others

ଦାୟିତ୍ଵ

ଦାୟିତ୍ଵ

1 min
34

ଦାୟିତ୍ଵ ମିଳଇ ଯେବେ କୁନି କାନ୍ଧକୁ

ଅନାଇ ପାରେନା ଆଉ ବହି ଖାତାକୁ ॥


ବିଦ୍ୟାଳୟ ତା ପାଇଁ ସାତପର ହୁଏ

ଶିଶୁ ଶ୍ରମିକ ନାମରେ ପରିଚିତ ହୁଏ ॥


କାମ ଦାମ କରି ରୋଜଗାର କରେ

ପରିବାର ନିର୍ଭର କରେ ତା ଉପରେ ॥


ଭୋକିଲା ଥାଉ ପଛେ ଉଦର ତାର

ସିଏ ଥିଲେ ପେଟ ପୁରେ ସଭିଙ୍କର ॥


ତା ଭାଗ୍ୟେ ନଥାଏ ଆଦର ସମ୍ମାନ

ଦାୟିତ୍ଵ ନିଭାଉଥାଏ ଭାଗ୍ୟ ଆଦରିଣ ॥


ଗରିବ ପିଲା ବୋଲି ଶୁଣେ ଛି ଛାତର

ସପନ ତା ପାଇଁ ଗାଡି ଘୋଡା ଘର ॥


ଜରି ପାଲ ତଳେ କଟେ ସମଗ୍ର ଜୀବନ

କାଦୁଅରେ ଜନମ, କାଦୁଅରେ ମରଣ ॥


Rate this content
Log in