ଦାସତ୍ବରୁ ମୁକ୍ତି
ଦାସତ୍ବରୁ ମୁକ୍ତି
1 min
90
ମୁକ୍ତ ଆକାଶର ମୁକ୍ତ ପକ୍ଷୀଟିଏ
କେମିତି ବନ୍ଧନେ ରହିବି,
କହି ପାରେନାହିଁ କଥାଟିଏ ବୋଲି
କେତେ ଅବା ଆଉ ସହିବି ?
ପାଦର ଜଞ୍ଜିର ଖୋଲିଦିଅ ମୋର
ନାଚିବାକୁ ଇଚ୍ଛା ହେଉଛି,
ହାତର ଶୃଙ୍ଖଳ ଛିଡାଇ ଦିଅ ମୋ
ଲେଖିବାକୁ ମନ କହୁଛି ।
ଦାସଟିଏ ବୋଲି ନାହିଁ ଅଧିକାର
କରମ ହିଁ ମୋର ଜୀବନ,
ସେଥିପାଇଁ ପରା ଆଜିଯାଏଁ ମୁହିଁ
ନ କହି ରହିଛି ମଉନ ।
ବୁଝ ମୋ ଅନ୍ତର ମୁଁ ବି ଜଣେ ନର
ହେଲେ ତ ଏତିକି ଫରକ ,
ତୁମେ ତ ସ୍ୱାଧୀନ ମୁଁ ତୁମ ଅଧୀନ
ପାଉଛି ଯନ୍ତ୍ରଣା ନରକ ।
ଏବେ ଦିଅ ମୁକ୍ତି ନାହିଁ ଆଉ ଶକ୍ତି
ସରି ସରି ଯାଏ ଜୀବନ,
ମରିଗଲା ପରେ ଅବିନାଶି ଆତ୍ମା
ଆପେ ହୋଇଯିବ ସ୍ୱାଧୀନ ।