STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ଦାରୁଣ ନିଦାଘ

ଦାରୁଣ ନିଦାଘ

1 min
237


ଫଗୁଣ ବିରହେ ବିଦୀର୍ଣ୍ଣ ପୃଥିବୀ 

ପ୍ରକୃତି ଲାଗେ ନିରସ

ଗୁଳ୍ମ ତରୁ ଲତା ବାହୁନି କାନ୍ଦନ୍ତି 

ଋଷିଗଲା କିବା ହସ..


ହାଏ ରେ ନିଦାଘ ଏଡେ ନିଦାରୁଣ

ସୌନ୍ଦର୍ଯ୍ୟ ବଇରି ହେଲୁ

ପଲ୍ଲବୀତ ଧରା ଓଠ ମଧୂ ରସ

ଅବେଳେ ଚୋରାଇ ନେଲୁ..


ନବ ବଧୂ ଧରା ଗୋଲାପି ପାଖୁଡା

ମଉଳି ଗଲା ତୋ ସ୍ପର୍ଶେ

ଆତତାୟୀ କିବା ତୋ ପ୍ରେମ ଚୁମ୍ବନ 

ଜଳାଏ ତାପଗ୍ନୀ ଝାସେ..


ମୃତ୍ୟୁ କୁ ଆବୋରି ଆସିଛ କି ଫେରି

ଲୁଣ୍ଠନ କରି ଶିକ୍ତ ଶିରି 

ନିଷ୍ଠୁର ଖଡ୍ଗ ଧରି ଦ୍ୱି-ଭୂଜ ପ୍ରସାରି 

ସଭିଙ୍କୁ ଜଳାଅ ମାରି..


ନଦୀ-ଗଣ୍ଡ-ହ୍ରଦ-ପୁଷ୍କରଣୀ-କୂପ

ତୁଷାର୍ତ୍ତ ଚାତକି ସାଜେ

ଗିରି ଶିଳା ବକ୍ଷ ରୁଧିରାକ୍ତ ଝରେ 

ଶୁଷ୍କ ପୃଥ୍ବୀ ଛାତି ଭାଜେ..


ଫଗୁଣ ବିରହ ଅବ୍ୟକ୍ତ ବେଦନା 

ପିଏ କଣ୍ଠ ଭରି ତୃଷ୍ନା 

ବାଟ ଘାଟ ସବୁ ମରି ପଡିଛନ୍ତି 

ଆବେଗ ବିହୀନ ବାସ୍ନା..


ସମୀର କରୁଣ ରାଗିଣୀ ଧ୍ୱନୀ ରେ

ଜଳି ପୋଡୁଥାଏ ବଣ

ଜଳ ମୁନ୍ଦେ ପାଇଁ ଜୀବ-ଜନ୍ତୁ-କୀଟ

ଅକାଳେ ହାରନ୍ତି ପ୍ରାଣ..

 

କୁଞ୍ଜ କାନନେ ମୂର୍ଚ୍ଛିତ ମଧୂ ସ୍ୱନ

ବିହଙ୍ଗ କାକଳି ସ୍ତବ୍ଧ 

ନୀରବି ଯାଇଛି ମୃଦୁ ମୃଦୁ ବାଆ 

ଲୁଚିଛି ମେଘ ବଉଦ..


ଫଟା ମାଟି ତଳେ ଆଶା ଚାତକିନୀ 

ପହିଲି ପରଶ ଚାହେଁ 

ନହୁଲି ବରଷା ମହୁଲି ନିଶାରେ

କେବେ ଛୁଇଁ ଯିବ ହାଏ..


ଲୋହିତ ପାଟଟି କୃଷ୍ଣଚୂଡା ନାଇ 

ତତଲା ଓଠରେ ହସେ

ଆସିବ କି ତାର ପ୍ରେମିକ ପ୍ରବର 

ବାଟ ଧାରେ ଚାହିଁ ବସେ..


ତପ୍ତ ଗନ୍ଧ ସହି ଜରାଜୀର୍ଣ ବୃକ୍ଷ 

ନବନୀତ ରଙ୍ଗ ମାଖେ 

ହାରିବାର ମାନେ ନୁହେଁ ଏ ଜୀବନ 

ଦୁନିଆ ତୋ ଠାରୁ ଶିଖେ..

 

ଧର୍ମ ଯେବେ ତୋର ନଛାଡିଲୁ ତୁହି

କିପାଇଁ ଛାଡିବୁ ଆମେ

ପ୍ରସାରି ଦ୍ୱି-ବାହୁ ଆଲିଙ୍ଗନେ ନେବୁ

ବାନ୍ଧି ଦେଇ ଆମ ପ୍ରେମେ...



Rate this content
Log in