STORYMIRROR

Anirudha Kund

Others

3  

Anirudha Kund

Others

ଦାରୁବ୍ରହ୍ମ ଚାରୁରୂପ

ଦାରୁବ୍ରହ୍ମ ଚାରୁରୂପ

1 min
391

ଆମରି କାଳିଆ ଭାବ ବିନୋଦିଆ

  ଭାବକୁ ଲଗାଇ ଦେଖ

ଗୋଲକ ଛାଡିକି ଭୂଲୋକ ଆସିବ

  ଛାଡିବନି ତୁମ ପାଖ ॥୦॥


ହୃଦୟେ ଝଲସି ଉଠିବରେ ଆସି

 ଦାରୁବ୍ରହ୍ମ ଚାରୁରୂପ

ହେବ ଗଦ ଗଦ ଅନ୍ତରେ ଆନନ୍ଦ

 ଧୋଇଯିବ ସବୁ ପାପ

ଶରୀରେ ଖେଳିବ ଦିବ୍ୟ ଚେତନାର

  ଅମୃତମୟ ଝଲକ ॥୧॥


ସଂସାର ବନ୍ଧନ ଶିକୁଳି ଛିଣ୍ତିବ

  ମାୟାଜାଲୁ ହେବ ମୁକ୍ତ

ଭୂମି ଠାରୁ ଭୂମା ସବୁଠି ଦେଖିବ

  ଜଗନ୍ନାଥ ପରିବ୍ୟାପ୍ତ

ହାତକୁ ବଢାଇ କୋଳକୁ ଉଠାଇ

  ଧରିବେ କଳାଶ୍ରୀମୁଖ ॥୨॥



Rate this content
Log in