STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଦାରୁବ୍ରହ୍ମ ବୋଲି

ଦାରୁବ୍ରହ୍ମ ବୋଲି

1 min
14.3K


ଦାରୁବ୍ରହ୍ମ ବୋଲି ଜଗତ ଜାଣିଛି

ଅଣାକାର ତୁମେ ସାଇଁ

ଅଣସର ଘରେ ଭକତଠୁ ଦୂରେ

ଭକତ ଦର୍ଶନ ନାହିଁ।

ଅଣାକାର ହୋଇ ଆକାର ନେଇଛ

ଭକତ ଦର୍ଶନ ପାଇଁ

ସେଥିରେ ବି ଏତେ ନାଟ ଲଗଉଛ

ଦେଖା ଟିକେ ଦେବା ପାଇଁ

ତୋତେ ନଦେଖିଲେ ଅଣାବଣା ଲାଗେ

ମନ ହୁଏ ହାଇ ପାଇଁ

ଅଣସର ଘରେ ପଡି ରହିଥିଲେ

କି ସୁଖ ପାଉଛୁ ତୁହି

ରଥରେ ବସିକି ଯାତରା କରିବୁ

ଗୁଣ୍ଡିଚା ଘରକୁ ବୁଲି

ସେଥିପାଇଁ ଏତେ ସଜ ହେଉଛୁ କି

କେହି ନଦେଖିବେ ବୋଲି

ତୋ ମୂର୍ତ୍ତି ମାନସେ ଭାବିଲେ ହରସେ

ତୋ ଚିନ୍ତା ଆନନ୍ଦଦାୟୀ

ଅଣସର ହୋଇ ଅବହେଳା କଲେ

ଦୁଃଖ ମୁଁ କରିବି ନାହିଁ

ବେମାର ପାଇଁ ତୋ ପଥି ଉପଚାର

ଉପସମ ହେବୁ ଜାଣି

ମାନବ ସକଳ କି କରିବେ କହ

ବେମାର ବହୁଧା ଆଣି

ଭୋଗ ଆଣିଥିଲି ଚଢାଇବି ବୋଲି

ଅଣସରେ ହେଲୁ କିଳି

ତୋର ଭୋଗ ଥାଳି ମୋ ଠାରୁ ତ ବଳି

କରୁଛି ସେପାଇଁ ଅଳି

ସେ ଭୋଗରୁ ଟିକେ ପ୍ରାପ୍ୟ ହେଉ ମୋତେ

ତନୁ ହେବ ମୋର ଧନ୍ୟ

ଶରୀର ଶୁଦ୍ଧିରେ ଜୀବନ ପାବନ

ତୋ ସେବାରେ ମୋର କାମ୍ୟ…

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍