ଦାନ ଓ ଦେୟ
ଦାନ ଓ ଦେୟ
"ପୃଥିବୀ !
ତୁମେ କେତେ ମହତ ! ତୁମେ କେତେ ବିଶାଳ !
ତୁମରି କରୁଣା ଜଳ
ଭେଦି ତୁମ ବକ୍ଷସ୍ଥଳ
କରିଛି ମୋ ଅପଘନ ପୂର୍ଣ୍ଣ ଆଉ ଶୀତଳ l"
"ପାତାଳ !
ସେହି ଜଳ କଣ ମୋର? ଅଟେ ସେ ଯେ ସ୍ୱର୍ଗର
ସ୍ୱର୍ଗର କରୁଣା ବାରି
ମୋ ବକ୍ଷରେ ଭେଦି କରି
କରିଛି ଶୀତଳ ଆଉ ଆର୍ଦ୍ର ତୁମ ଶରୀର l"
"ପୃଥିବୀ
ତୁମ କଥା ସବୁ ସତ l ମାତ୍ର ତୁମେ ଅକୃପଣ
ନ ସଞ୍ଚି ସ୍ୱର୍ଗର ବାରି
ଅକୁଣ୍ଠିତେ ଦାନ କରି
ହୋଇଅଛ ମହାଦାନୀ ସନ୍ଦେହ ବା କଣ? "
"ପାତାଳ !
ମାତାଲ ହେଲ କି ତୁମେ କିଛି ବୁଝି ପାରୁନ
ସ୍ୱର୍ଗର ବାରିକୁ କଣ -
ରଖିହୁଏ ଚିରଦିନ?
ତାକୁ ପୂଣି ଶୋଷି ନେବ ସ୍ୱର୍ଗକୁ ତପନ l
ସେହି ଭୟେ ସେ ବାରିକୁ ତୁମକୁ ଦେଇଛି
ସ୍ୱର୍ଗୀୟ ବାରିକୁ ସଞ୍ଚି
ରହିହୁଏ ନାହଁ ବଞ୍ଚି
ସେ କେବଳ ଦାନ ପାଇଁ ଉଦ୍ଦିଷ୍ଟ ହୋଇଛି l "
"ବାପା !
ତୁମେ ସତେ ମୋତେ କେତେ ଭଲ ପାଉଛ ନା? "
"ନlଇଁରେ ନlଇଁରେ ପୁଅ !
ମୋ ବାପାଙ୍କ ସବୁ ସ୍ନେହ
କେବଳ ସେତିକି ତୋତେ ଫେରାଇ ଦେଉଛି ସିନା l"
