ଦାଗ
ଦାଗ
1 min
210
ମନତଳେ ଦାଗଥାଏ
ଦେଖି ବା ପାରିବ କିଏ ।
ଲିଭେନାହିଁ ଶେଷ ଯାଏ
ସାଥିରେ ମଶାଣି ଯାଏ।
ଦୁଖଃର ସମୟ ଥିଲେ
ସୁଖ ମୁହଁ ଲୁଚିଯାଏ
ଆପଣାର କେହିଜଣେ
ପାଖେପାଖେ ସଦାଥାଏ ।
ନିଆରା ରଙ୍ଗର କଷ୍ଟ
କେବେ ତ ହୁଏନା ନଷ୍ଟ ।
ଝଡ଼ଝଞ୍ଜା ସାମ୍ନାକରେ
ସେବେଠାରୁ ଯେବେଠୁ ଭୂମିଷ୍ଠ।
ମେହେନତି ମଣିଷ ଟା
ଜୀବନରେ ଡରେନାହିଁ ।
ହାତପାତି ଜାଣେନାହିଁ
ହାରିବା ଜାତକେ ନାହିଁ ।
ସପନକୁ ସତକରେ
ସୁନ୍ଦର ସହର ଗଢେ
ସମ୍ଭାବନା ତୋଳିଧରେ
ଅଜାଣତେ ଦି ହାତରେ l
-ପୁଷ୍ପାଞ୍ଜଳି ପଣ୍ଡା-
ଜାଜପୁର
